Below header

ଖୋର୍ଦ୍ଧା: ଘରେ ପଶିଥିବା ବର୍ଷା ପାଣିରେ ବୁଡ଼ି ଏକ ମାସର ଶିଶୁର ମୃତ୍ୟୁ

ଟାଙ୍ଗୀ(କେନ୍ୟୁଜ୍):  ବର୍ଷା ପାଣିରେ ବୁଡ଼ି ୧ ମାସର ଶିଶୁର ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏନଏସି ସୂର୍ଯ୍ୟନଗର ଅଞ୍ଚଳର ପ୍ରୀତି ନାୟକ ଏକ ମାସର ଶିଶୁପୁତ୍ରର ବର୍ଷା ପାଣିରେ ବୁଡି ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁ ଘରେ ବର୍ଷାଜଳ ପ୍ରବେଶ କରି ଫୁଟେ ପାଣି ଜମିଥିଲା । ଶିଶୁ ପୁତ୍ରଟି ତଳେ ପଡି ପାଣି ଭିତରେ ବୁଡ଼ି ଯାଇଥିଲା । କିଛି ସମୟ ପରେ ପୁଅର ମୃତ ଦେହ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ ପ୍ରୀତି । ଏ ନେଇ ଅପମୃତ୍ୟୁ ମାମଲା ରୁଜୁ କରିଛି ବାଲୁଗାଁ ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.