ଘରୁ ଦୁର୍ଭାଗ୍ୟ ଦୂର କରି ସୁଖ ସମୃଦ୍ଧି ଆଣିଥାଏ ଫେଙ୍ଗସୁଇର ଏହି ଘଣ୍ଟି, ଜାଣନ୍ତୁ କେମିତି କରିବେ ବ୍ୟବହାର

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।

ସେହିପରି ଫେଙ୍ଗସୁଇ ଘଣ୍ଟି ଘର ପାଇଁ ବହୁତ ଶୁଭ ହୋଇଥାଏ । କୁହାଯାଏ ଜୀବନର ଦୁର୍ଭାଗ୍ୟ ଦୂର କରି ସୁଖ ସମୃଦ୍ଧି ଆଣିବାରେ ସହାୟକ ହୋଇଥାଏ ଫେଙ୍ଗସୁଇ ଘଣ୍ଟି । ଆସନ୍ତୁ ଜାଣିବା ଘରେ କେଉଁଠାରେ ଲଗାଇବେ ଫେଙ୍ଗସୁଇ ଘଣ୍ଟି ।

ଫେଙ୍ଗସୁଇ ଘଣ୍ଟି ଲଗାଇବାର ଲାଭ :

• ଫେଙ୍ଗସୁଇ ଘଣ୍ଟିକୁ ଘରର ଏମିତି ଯାଗାରେ ଲଗାଇବା ଉଚିତ୍‌, ଯେଉଁଠି ପବନ ବାଜୁଥିବ ଓ ପୁରା ଘରେ ଘଣ୍ଟାର ଧ୍ୱନୀ ବ୍ୟାପୁଥିବ । ଏହି ଘଣ୍ଟାର ମଧୁର ଧ୍ୱନୀ ବାଜିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

• ସେହିପରି ଫେଙ୍ଗସୁଇ ଘଣ୍ଟିକୁ ଘରର ମୁଖ୍ୟ ଦ୍ୱାରରେ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦେଇ ନଥାଏ । ଘରର ବାସ୍ତୁ ଦୋଷ ନଷ୍ଟ ହୋଇଥାଏ ।

• ଘରର ଇଶାନ କୋଣ ସବୁଠୁ ପବିତ୍ର ସ୍ଥାନ ମନାଯାଇଥାଏ । ତେଣୁ ଏହି ଯାଗାକୁ ସର୍ବଦା ସଫା ରଖିବା ଉଚିତ୍‌ । ମନାଯାଏ ଫେଙ୍ଗସୁଇ ଘଣ୍ଟିକୁ ଘରର ଇଶାନ କୋଣରେ ଲଗାଇବା ଦ୍ୱାରା ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିଥାଏ । ଏହା     ସହ ଇଶାନ କୋଣର ବାସ୍ତୁ ଦୋଷ ଦୂର କରିଥାଏ । ଫେଙ୍ଗସୁଇ ମଧୁର ଘଣ୍ଟିର ଧ୍ୱନୀ ଯୋଗୁ ଘର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.