ବେଆଇନ୍‌ ଲୋନ ଆପ ଲୋକଙ୍କୁ କଲାଣି ହନ୍ତସନ୍ତ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ୮ ଜଣ କଲେଣି ଆତ୍ମହତ୍ୟା

କେନ୍ୟୁଜ୍(ବ୍ୟୁରୋ): ବେଆଇନ୍‌ ଲୋନ ଆପ ଲୋକଙ୍କୁ କଲାଣି ହନ୍ତସନ୍ତ । ତେଲେଙ୍ଗାନା, ମହାରାଷ୍ଟ୍ରରେ ୮ଟି ଆତ୍ମହତ୍ୟା ଘଟଣା ସାମନାକୁ ଆସିଲାଣି । ଓଡ଼ିଶା କ୍ରାଇମବ୍ରାଞ୍ଚ ଓ EOW ଏହି ମାମଲାର କୋକୋ କୋକୋ App ମାମଲାରେ ଜଣେ ମାଷ୍ଟର ମାଇଣ୍ଡକୁ ଚିହ୍ନଟ କରିଛି । ସେହିଭଳି କ୍ରେଡିଟ ଗୋଲ୍ଡ ଲୋନ ଆପରେ ୩ ଚିନି ଠକଙ୍କୁ ଠାବ କରିଛି ।

ସେମାନଙ୍କ ନାଁ ରେ ଜାରି ହୋଇଛି ଲୁକ୍‌ଆଉଟ୍‌ ସର୍କୁକାର । ଇଣ୍ଟର ପୋଲ ସହ ଯୋଗାଯୋଗ କରି ସେମାନଙ୍କୁ ଭାରତ ଆଣିବାକୁ ଚାଲିଚି ଚେଷ୍ଟା । ଓଡ଼ିଶା EOW ଗିରଫ କରିଥିବା ସେଲ କମ୍ପାନୀର ନିର୍ଦ୍ଦେଶକଙ୍କୁ ମହାରାଷ୍ଟ୍ର ପୋଲିସ୍‌ ରିମାଣ୍ଡରେ ନେଇଛି । ଚିନି ମାଷ୍ଟରମାଇଣ୍ଡ ଭାରତରେ କମ୍ପାନୀ ଖୋଲି ଠକୁଥିଲେ । ଏଥିପାଇଁ କଲ୍‌ ସେଣ୍ଟର୍‌ ବ୍ୟବହାର କରୁଥିଲେ । ଏନେଇ ସାଇବର ବିଶେଷଜ୍ଞ ମାନଙ୍କର ସହାୟତା ନେଇ ତଦନ୍ତ କରୁଛି କ୍ରାଇମ୍‌ ବ୍ରାଞ୍ଚ EoW ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.