ବାଇକ ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର

ମୋହନା(କେନ୍ୟୁଜ୍‌) : ଅଡବା ଥାନା ଝିଲିକି ନିକଟ ଅନ୍ଧାରି ଘାଟିରେ ରବିବାର ବାଇକ ସହ ଯାତ୍ରୀ ବାହି ଅଟୋ ମୁହାଁମୁହିଁ ଧକ୍କା ହୋଇଛି l ଉକ୍ତ ଦୁର୍ଘଟଣା ରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ,ତିନି ଜଣ ଗୁରୁତର ଆହାତ ହୋଇଛନ୍ତି l ଆହତମାନଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ଅଡବା ଥାନା ଅନ୍ତର୍ଗତ ସିମିଳି ଗ୍ରାମର କେଶବ ମଲ୍ଲିକ ।
ସୂଚନା ଅନୁଯାୟୀ, କେଶବ ମଲିକ ଓ ମଧୁସୂଦନ ମଳିକ ନିଜ ବଡ ମା’ ଘରକୁ ଅଡବା ରୁ ଦମାଦୁଆ ବାଇକ ଯୋଗେ ଯାଉଥିଲେ l ଅପର ପାର୍ଶ୍ୱରୁ ଏକ ଯାତ୍ରୀବାହି ଅଟୋ ସହ ତାଙ୍କ ର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ବାଇକରେ ବସିଥିବା କେଶବଙ୍କ ମୃତୁ ହୋଇଥିବା ବେଳେ ମଧୁସୂଦନ ସମେତ ଅଟୋରେ ବସିଥିବା ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ମୋହନା ମେଡିକାଲକୁ ପହଞ୍ଚାଇଥିଲା l ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଅଡବା ପୋଲିସ ଜବତ କରି  ତଦନ୍ତ ଜାରି ରଖିଛି  l ଅନ୍ୟପଟେ ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.