କମ୍‌ ମୂଲ୍ୟରେ ଦମଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେବାକୁ ଯାଉଛି Amazfit Bip U Pro ସ୍ମାର୍ଟ ଓ୍ଵାଚ

ହୁଆମୀ Bip U ସିରିଜର ସ୍ମାର୍ଟଓ୍ଵାଚ Amazfit Bip U ଗତ ବର୍ଷ ଅକ୍ଟୋବରରେ ଲଞ୍ଚ କରିଥିଲା। ଏବେ କମ୍ପାନୀ ଏହାର ଲାଟେଷ୍ଟ ମଡେଲ ସ୍ମାର୍ଟଓ୍ଵାଚ ଭାରତୀୟ ବଜାରରେ ଲଞ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛି। Amazfit Bip U Pro ସ୍ମାର୍ଟଓ୍ଵାଚ ଆଗାମୀ ସପ୍ତାହରେ ଲଞ୍ଚ ହେବାକୁ ଯାଉଛି। ଏହା ପୂର୍ବରୁ ଆମେରିକା ବଜାରରେ ଏହା ଲଞ୍ଚ ହୋଇସାରିଛି।

Amazfit Bip U ଓ Amazfit Bip U Pro ୨ଟି ସ୍ମାର୍ଟ ଓ୍ଵାଚ । କିନ୍ତୁ Amazfit Bip U Proରେ କିଛି ଖାସ୍‌ ଫିଚର୍ସ ରଖାଯାଇଛି। ଏଥିରେ ୩ଟି ନୂଆ ଫିଚର୍ସ ରଖାଯାଇଛି। ଏଥିରେ ଇନ- ବିଲ୍ଟ GPS, ମାଇକ୍ରୋଫୋନ ଓ ଜିଓ ମାଗ୍ନେଟିକ ସେଂସର ରହିଛି। ଏହାସହ ଅମାଜନ ଏଲେକ୍ସା ସପୋର୍ଟ ସିଷ୍ଟମ ମଧ୍ୟ ରହିଛି। Amazfit Bip Uର ଦାମ ୩,୯୯୯ ଟଙ୍କା ଥିବାବେଳେ Amazfit Bip U Proର ଦାମ୍‌ ୪,୯୯୯ରୁ ୫,୯୯୯ଟଙ୍କା ମଧ୍ୟରେ ବିକ୍ରି ହେବ।

watch0077
pc: wareable

ଫିଚର୍ସ:
1.43 ଇଞ୍ଚର ଆଇପିଏସ ଏଲସିଡି ଡିସପ୍ଲେ ସହ ରିଜଲ୍ୟୁସନ 302*320 ପିକ୍ସଲ ରହିଛି। ଡିସପ୍ଲେରେ 2.5D ଆଣ୍ଟି ଫିଙ୍ଗରପ୍ରିଣ୍ଟ କୋଟିଙ୍ଗ ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ଅଛି। ଏହା ପ୍ଲାଟିକାର୍ବୋନେଟରେ ତିଆରି ହୋଇଛି। ଏହାସହ 20mmର ସିଲିକନ ଷ୍ଟ୍ରେପ୍‌ ମିଳୁଛି। Amazfit Bip U Pro କଳା, ସବୁଜ ଓ ଗୋଲାପୀ ରଙ୍ଗରେ ବଜାରକୁ ପ୍ରବେଶ କରିବ। ଏହି ଓ୍ଵାଚ୍‌ ର ଓଜନ ୩୧ଗ୍ରାମ ଅଛି।

watch00
pc: Gizmochina

Amazfit Bip U Proରେ ବ୍ଳୁଟୁଥ କଲିଙ୍ଗ ପାଇଁ ମାଇକ୍ରୋଫୋନ ଦିଆଯାଇଛି। ଏହାର ବ୍ୟାଟେରୀ 230mAhର। ଥରେ ଚାର୍ଜ କଲେ ଏହା ୯ ଦିନ ପର୍ଯ୍ୟନ୍ତ କାମ କରିବ। ଏହାସହ ୬୦ରୁ ଅଧିକ ସ୍ପୋର୍ଟସ ମୋଡ, ବ୍ଳୁଡ ଅକ୍ସିଜେନ ମନିଟର ସେଂସର, ସ୍ଲିପ ଟ୍ରାକିଂ, ମ୍ୟୁଜିକ କଣ୍ଟ୍ରୋଲ ଓ କ୍ୟାମେରା ସଟର କଣ୍ଟ୍ରୋଲ ଭଳି ଅନେକ ଫିଚର୍ସ ଉପଳବ୍ଧ। ଯାହା କିଣିବା ପାଇଁ ଗ୍ରାହକଙ୍କୁ ଆକୃଷ୍ଟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.