କେନାଲ ଭିତରକୁ ପଶିଗଲା କାର, ଡ୍ରାଇଭର ମୃତ

କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ ସିଧେଶ୍ବରପୁରର ଦୀପକ ବେହେରା।

କଟକ (କେନ୍ୟୁଜ): କେନାଲ ଭିତରକୁ ପଶିଗଲା କାର। କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ କଟକ ସିଧେଶ୍ବରପୁରର ଦୀପକ ବେହେରା।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗାଡ଼ିଟି କେନାଲ ଭିତରେ ପଶିଯାଇଥିଲା। କାର୍‌ରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । କନ୍ଦରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସ ତଦନ୍ତ ପରେ ମୃତକଙ୍କ ସଠିକ୍‌ ପରିଚୟ ଏବଂ ଦୁର୍ଘଟଣା ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.