Below header

ନବରଙ୍ଗପୁର : ସଲପ ଗଛରେ ବିରଳ ପେଚା, ମୁହଁ ଠିକ୍‌ ଗରୁଡ଼ ଭଳି ଦେଖା ଯାଉଛି

ନବରଙ୍ଗପୁର (କେ ନ୍ୟୁଜ୍‌) : ରାଜ୍ୟର ଅନ୍ୟ କିଛି ଜାଗା ଭଳି ଏବେ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିରଳ ପକ୍ଷୀ । ଗରୁଡ଼ଙ୍କ ମୁହଁ ଭଳି ଦେଖା ଯାଉଥିବା ଏହି ପକ୍ଷୀ ପେଚା ଜାତିର ବୋଲି କୁହାଯାଉଛି । ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ସଦର ମହକୁମାର ପୂର୍ଣ୍ଣ ଗୌଡ଼ଙ୍କ ସଲପ ଗଛ କୋରଡ଼ରୁ ଏହି ବିରଳ ପେଚା ଉଦ୍ଧାର କରାଯାଇଛି । ସାପ ଥିବା ନେଇ ଭୟରେ ଗଛଟିକୁ କାଟିବା ବେଳେ କୋରଡ଼ ଭିତରେ ଏହି ପେଚା ଥିବା ଜଣାପଡ଼ିଥିଲା । ତେବେ ଉଦ୍ଧାର ବେଳେ ସେମାନଙ୍କ ମଧ୍ୟରୁ ୨ଟି ଛୁଆ ମୃତ୍ୟୁ ବରଣ କରିଥିବା ବେଳେ ୩ଟି ଛୁଆଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ମଇଦଲପୁର ବନବିଭାଗ ନେଇ ଜଙ୍ଗଲରେ ଛାଡିଥିବା ବେଳେ ମୃତ ପକ୍ଷୀଙ୍କୁ ଭୁବନେଶ୍ୱର ଲାବରେଟୋରୀକୁ ପଠାଯାଇଛି।

ଖବର ପାଇ ଡିଏସଏଫର ଏକ ଟିମ ଓ ମଇଦଲପୁର ବନ ବିଭାଗର ଟିମ୍‌ ପହଞ୍ଚି ପକ୍ଷୀ ଗୁଡାକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ଏହାକୁ ଗରୁଡ଼ ପକ୍ଷୀ ବୋଲି କହୁଛନ୍ତି । ତେବେ ମଇଦଲପୁର ଫରେଷ୍ଟର ଉମାକାନ୍ତ ପଟନାୟକ ଏହା ପେଚା ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.