ନାବାଳିକା ଅପହରଣକାରୀକୁ ଗିରଫ କଲା ଏୟାରଫିଲଡ୍‌ ଥାନା ପୋଲିସ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ନିଜ ବୟସ ୨୦ ବର୍ଷ ଆଉ ସେ ଜଣେ ନାବାଳିକାକୁ ଅପହରଣ କରି ନେଇଯାଇଥିଲା । ଏହି ଯୁବକକୁ ଗିରଫ କରିଛି ଭୁବନେଶ୍ୱର ଏୟାରଫିଲଡ୍‌ ଥାନା ପୋଲିସ୍‌ ।
ଏହି ଯୁବକର ନାଁ ହେଉଛି ସୋମନାଥ ଭୋଇ । ବାଲିଅନ୍ତା ହୀରାପୁରରେ ତାର ଘର । ବାଳକାଟି ଅଞ୍ଚଳର ଜଣେ ନାବାଳିକାକୁ ସେ ଗତ ୧୩ ତାରିଖ ଦିନ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ତାକୁ ପୋଲିସ୍‌ ଆଜି ଧରିବା ସହ ନାବାଳିକାକୁ ଉଦ୍ଧାର କରିଛି । ସୋମନାଥ ନାଁରେ ଆଇପିସି ୩୬୩ ଧାରାରେ ମାମଲା ରୁଜୁ ହୋଇଛି । ଯଦି ଦୋଷୀ ସାବ୍ୟସ୍ତ ହୁଏ ତେବେ ତାକୁ ୭ ବର୍ଷ ଯାଏ ଜେଲ୍‌ଦଣ୍ଡ ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.