ଗଜପତି: ଘାଟି ତଳକୁ ଖସିଲା କାର୍, ମହିଳା ମୃତ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଖାରୀଗୁଡା ନିକଟ ଘାଟିରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତାରୁ ୬୦ ଫୁଟ ତଳକୁ ଖସି ପଡିଛି । ଏହି ଦୁର୍ଘଟଣା ରେ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ମହିଳା ଏବଂ ଜଣେ ଶିଶୁ ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ପଶ୍ଚିମବଙ୍ଗ ର ଚିତ୍ରିତା ଦତ୍ତ ।

ଉକ୍ତ କାରରେ ଡ୍ରାଇଭରଙ୍କ ସମେତ ଦୁଇଜଣ ମହିଳା, ଜଣେ ଶିଶୁ ଏବଂ ଜଣେ ପୁରୁଷ ଭୁବନେଶ୍ୱରରୁ ରାୟଗଡା ଜ଼ିଲ୍ଲା ଟିକିରି ଯିବା ବେଳେ ଏହି ଦୁର୍ଘଟଣା ହୋଇଥିଲା। ଆହତ ମାନଙ୍କୁ ପ୍ରଥମେ ବିରିକୋଟ ଏବଂ ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଅଡବା ପୋଲିସ ମୃତଦେହ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.