Below header

କାହାର ନିଘା ନାହିଁ ! କଟକରେ ପୁଣି ଡ୍ରେନରେ ପଡ଼ି ଗଲା ଜଣଙ୍କ ଜୀବନ

କଟକ ବାରପଥର ଅଞ୍ଚଳରେ ଘଟିଛି ଏହି ଘଟଣା।ବାରପଥର ଅଞ୍ଚଳରେ ଥିବା ଡ୍ରେନରେ ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କ ପି. ନର୍ଷିଙ୍ଘାଙ୍କ ମୃତ୍ୟୁ ଘଟିଛି।ତାଙ୍କୁ ୩୨ ବର୍ଷ ହୋଇଥିଲା।ଡ୍ରେନ ନିକଟରେ ସଫେଇ କରୁଥିବା ସମୟରେ ଡ୍ରେନ ଭିତରେ ବୁଡିଯାଇ ଥିଲେ ନର୍ଷିଙ୍ଘା।

କଟକ(କେନ୍ୟୁଜ୍): କଟକରେ ଡ୍ରେନରେ ପଡ଼ି ଗଲା ପୁଣି ଜଣଙ୍କ ଜୀବନ। କଟକ ବାରପଥର ଅଞ୍ଚଳରେ ଘଟିଛି ଏହି ଘଟଣା।ବାରପଥର ଅଞ୍ଚଳରେ ଥିବା ଡ୍ରେନରେ ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କ ପି. ନର୍ଷିଙ୍ଘାଙ୍କ ମୃତ୍ୟୁ ଘଟିଛି।ତାଙ୍କୁ ୩୨ ବର୍ଷ ହୋଇଥିଲା।ଡ୍ରେନ ନିକଟରେ ସଫେଇ କରୁଥିବା ସମୟରେ ଡ୍ରେନ ଭିତରେ ବୁଡିଯାଇ ଥିଲେ ନର୍ଷିଙ୍ଘା।

ସ୍ଥାନୀୟ ଲୋକଙ୍କ ଦ୍ଵାରା ନର୍ଷିଙ୍ଘାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା। ପରେ ନର୍ଷିଙ୍ଘାଙ୍କ ଶବ ବ୍ୟବଚ୍ଛେଦ ପାଇଁ ବଡ଼ ମେଡ଼ିକାଲ ପଠା ଯାଇଥିଲା। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ସ୍ଥାନୀୟ ଲୋକ ବକ୍ସିବଜାର ରାସ୍ତାକୁ ନିଆଁ ଜାଳି ଅବରୋଧ କରିଥିଲେ। ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅବରୋଧକାରୀଙ୍କୁ ରାସ୍ତାରୁ ହଟାଇ ଯାତାୟତକୁ ସ୍ୱାଭାବିକ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.