ଗଜପତି : ନାବାଳିକା ଦୁଷ୍କର୍ମ ମାମଲାରେ ୨୫ ବର୍ଷୀୟ ଯୁବକକୁ ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ

ଘଟଣା ଘଟିଥିଲା ଗତ ୨୦୨୧ ସେପଟେମ୍ବର ୧୧ ତାରିଖରେ । କେ. ସୀତାପୁର ଗାଁରେ ଗଣେଶ ପୂଜା ସମୟରେ ନାଚଗୀତ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ପୀଡ଼ିତା ନାବାଳିକା, ଅଭିଯୁକ୍ତ ବାଲଗା କିରଣ ଓ ଅନ୍ୟମାନେ ନାଚ କରୁଥିଲେ । ସେହି ସମୟରେ ବାଲଗା ସେହି ୧୦ ବର୍ଷ ବୟସର ନାବାଳିକାକୁ ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ।

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକଙ୍କୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ । ଏଭଳି କଠିନ ଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଜିଲ୍ଲା ଏଡିଜେ କୋର୍ଟ ସ୍ବତନ୍ତ୍ର ଜଜ୍ । ଅଭିଯୁକ୍ତ ଜଣକ ହେଉଛନ୍ତି କାଶିନଗର ଥାନା ଅନ୍ତର୍ଗତ କେ. ସୀତାପୁର ଗାଁର ବାଲଗା କିରଣ । ତାଙ୍କୁ ଏବେ ୨୫ ବର୍ଷ ବୟସ ।ସରକାରୀ ଓକିଲ ରୋକମ୍ ଜନାର୍ଦ୍ଦନ ରାଓ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ଘଟଣା ଘଟିଥିଲା ଗତ ୨୦୨୧ ସେପଟେମ୍ବର ୧୧ ତାରିଖରେ । କେ. ସୀତାପୁର ଗାଁରେ ଗଣେଶ ପୂଜା ସମୟରେ ନାଚଗୀତ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ପୀଡ଼ିତା ନାବାଳିକା, ଅଭିଯୁକ୍ତ ବାଲଗା କିରଣ ଓ ଅନ୍ୟମାନେ ନାଚ କରୁଥିଲେ । ସେହି ସମୟରେ ବାଲଗା ସେହି ୧୦ ବର୍ଷ ବୟସର ନାବାଳିକାକୁ ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ନାବାଳିକା ଜଣକ ନିଜର ମା ବାପାଙ୍କୁ କହିବା ପରେ ସେମାନେ କାଶିନଗର ଥାନାରେ ସେହିଦିନ ଲିଖିତ ଅଭିଯୋଗ କରିଥିଲେ ।

court

ଅଭିଯୋଗକୁ ଭିତ୍ତି କରି କାଶିନଗର ଥାନା ପୋଲିସ୍‌ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ବାଲଗା କିରଣ ବିରୋଧରେ ପୋଲିସ ମାମଲା ରୁଜୁ କରିବା ସହ ତାକୁ ଗିରଫ କରିଥିଲା । ଏହି ମାମଲାର ତଦନ୍ତ ଥାନାଧିକାରୀ ସୁଶାନ୍ତ କୁମାର ସାହୁ କରୁଥିଲେ । ଏଡିଜେ କୋର୍ଟର ସ୍ବତନ୍ତ୍ର ଜଜ୍ ପ୍ରଦୀପ କୁମାର ସାମଲ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବାଲଗା କିରଣକୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟ ଦେଇଛନ୍ତି । ଏହି ମାମଲାରେ ପୀଡିତାଙ୍କ ତରଫରୁ ସରକାରୀ ଓକିଲ ରୋକମ୍ ଜନାର୍ଦ୍ଦନ ରାଓ ଓ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ଏଲ.କେ. ଅଧିକାରୀ ଲଢୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.