ଇସ୍‌ଲାମାବାଦରେ ତମ୍ବୁ ଉପରେ ଭୁଶୁଡ଼ିଲା ନିର୍ମାଣାଧୀନ କାନ୍ଥ, ୧୩ ଶ୍ରମିକଙ୍କ ପ୍ରାଣବାୟୁ ଉଡ଼ିଲା

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ୧୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି।

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ୧୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାନ୍ଥ ନିକଟରେ ବସିଥିବା ଏହି ଶ୍ରମିକମାନେ ହଠାତ୍‌ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, କୋଠାଟି ଇସଲାମାବାଦର ପେଶାୱର ରୋଡ ଅଞ୍ଚଳରେ ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ଭଗ୍ନାବଶେଷ ତଳେ ପୋତି ହୋଇପଡ଼ିଥିବା ଲୋକଙ୍କୁ ବାହାର କରିଥିଲେ ମଧ୍ୟ ସେତେବେଳକୁ ଶ୍ରମିକମାନଙ୍କର ମୃତ୍ୟୁ ହୋଇସାରିଥିଲା।

ସ୍ଥାନୀୟ ପୋଲିସ ଅଧୀକ୍ଷକ ଖାନ ଜେବ ନିଶ୍ଚିତ କରିଛନ୍ତି ଯେ ଭଗ୍ନାବଶେଷରୁ ୧୩ ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ୬ ଆହତଙ୍କୁ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସକୁ ପଠାଯାଇଛି। ଆହତ ଶ୍ରମିକମାନେ ବର୍ତ୍ତମାନ ବିପଦମୁକ୍ତ ଥିବା ସେ କହିଛନ୍ତି।

ଇସଲାମାବାଦର ଡେପୁଟି କମିଶନର ଇରଫାନ୍ ନୱାଜ ମେମନ୍ କହିଛନ୍ତି, ଏକ ଅଣ୍ଡରପାସ୍ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ତମ୍ବୁ ଉପରେ କାନ୍ଥଟି ଭୁଶୁଡି ପଡ଼ିଥିଲା। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଭୀର ଶୋକବ୍ୟକ୍ତ କରିବା ସହ ଦିବଂଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.