ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର, ବୃଦ୍ଧିକୁ ନେଇ ଗ୍ରାହକ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ

ଭୁବନେଶ୍ବର: ଆକାଶ ଛୁଆଁ ପିଆଜ ଦର। ବଜାରରେ ୮୦ ଟଙ୍କା ଛୁଇଁଲାଣି ପିଆଜ ଦର । ଗତକାଲି ସକାଳେ ବଜାରରେ ପିଆଜ ଦର ୭୦ ଟଙ୍କା ରହିଥିବାବେଳେ, ସନ୍ଧ୍ୟାରେ ଏହା ୮୦ ଟଙ୍କାରେ ବିକ୍ରି ହେଉଥିଲା । ଗତ ସପ୍ତାହରେ ୪୦ରୁ ୫୦ ଟଙ୍କା ଥିବାବେଳେ ହଠାତ୍‌ ବଢି ୮୦ ଟଙ୍କାରେ ପହଂଚିଛି ।

ଯେଉଁଠି ଗ୍ରାହକ ୧ରୁ ୨କେଜି ପିଆଜ ନେଉଥିଲେ, ଏବେ ଅଧକିଲୋ କିଣୁଛନ୍ତି । ହଠାତ୍‌ ପିଆଜ ଦର ବୃଦ୍ଧିକୁ ନେଇ ଗ୍ରାହକ ଓ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଅଦିନିଆ ବର୍ଷା ଯୋଗୁ ଅମଳ ହୋଇପାରୁନି । ତେଣୁ ପିଆଜ କମ୍‌ ଆମଦାନୀ ହେଉଛି । କଟକ ଛତ୍ରବଜାରକୁ ଦୈନିକ ୮ରୁ ୧୦ଟି ପିଆଜ ଗାଡି ଆସୁଥିବାବେଳେ ଏବେ ମାତ୍ର ୨ରୁ ୩ଟି ଗାଡି ଆସୁଥିବା ବ୍ୟବସାୟୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.