IPL 2020 : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ

ଆଜି ଆଇପିଏଲ୍‌ରେ ୪୦ ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ। ଉଭୟ ଟିମ୍‌ ପାଇଁ ଆଜିର ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମ୍ୟାଚ୍‌ ହିଁ ଉଭୟଙ୍କୁ ବିଜୟ ପଥରେ ଆଗେଇ ନେବ। ଏବେ ଯାଏଁ ରାଜସ୍ଥାନ ରୟାଲର୍ସ ୧୦ ମ୍ୟାଚ୍‌ ମଧ୍ୟରୁ ୪ଟିରେ ବିଜୟୀ ଲାଭ କରିଛି। ସେହିପରି ହାଇଦ୍ରାବାଦ ଏବେ ଯାଏଁ ଆଇପିଏଲ୍‌ରେ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟି ଜିତିଛି। ଉଭୟ ଟିମ୍‌ ଏବେ ସ୍କୋର ବୋର୍ଡରେ ପଞ୍ଚମ ସ୍ଥାନ ହାତେଇବାକୁ ଜୋରଦାର ମୁକାବିଲା କରିବେ।

ସମ୍ଭାବ୍ୟ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌:

ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ୍ ୱିଲାମସନ୍, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ରସିଦ ଖାନ୍, ସାହାବାଜ ନଦୀମ, ସନ୍ଦୀପ ଶର୍ମା, ଖଲିଲ୍ ଅହମ୍ମଦ, ଟି. ନଟରାଜନ।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ ଟିମ୍‌:

ବେନ୍ ଷ୍ଟୋକ୍ସ, ଜୋସ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, କାର୍ତ୍ତିକ ତ୍ୟାଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.