ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ: ବଗଳାମୁଖୀ ବେଶରେ ଦର୍ଶନ ଦେବେ ମା କଟକ ଚଣ୍ଡୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନବରାତ୍ର ପୂଜାର ଆଜି ସପ୍ତମ ଦିନ । ସବୁଦିନ ଭଳି ଆଜି ଭୋର ୪ଟାରୁ ମାଆକ ଦ୍ୱାର ଫିଟାଯାଇଥିଲା । ସାଢେ ୪ଟାରେ ମାଆଙ୍କୁ ସ୍ନାନ କରାଇଥିଲେ ପୂଜକ । ପରେ ମଙ୍ଗଳ ଆଳତୀ ହୋଇଥିଲା । ଆଜି ମଧ୍ୟ ଅପରାହ୍ନ ୩ଟାରେ ମାଆଙ୍କ ଶୃଙ୍ଗାର ବେଶ କରାଯିବ । ମାଆ କାଳରାତ୍ରୀ ବେଶରେ ଦର୍ଶନ ଦେବେ । ଅନଲାଇନ ମାଧ୍ୟମରେ ମାଆଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରତିଦିନ ଦୁଇଥର ଅନଲାିନ ମାଧ୍ୟମରେ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ରାଜ୍ୟର ପ୍ରମୁଖ ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର । ଗତ ମୂଳାଷ୍ଟମୀ ଦିନ ଘଟ ସ୍ଥାପନ ପରଠୁ ଶରତ କାଳୀନ ଷୋଡଶ ଉପଚାର ଦୁର୍ଗାପୂଜା ଆରମ୍ଭ ହୋଇଛି । ପୀଠରେ ଆଜି ମାଆଙ୍କ ସପ୍ତମୀ ପୂଜା । ଆଜି ବଗଳାମୁଖୀ ବେଶରେ ଦର୍ଶନ ଦେବେ ମାଆ । ଗତକାଲି ଗାୟତ୍ରୀ ବେଶରେ ଦର୍ଶନ ଦେଇଥିଲେ ମା କଟକ ଚଣ୍ଡୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.