ଲକଡାଉନରେ ପରିବହନ ବିଭାଗର ଅଭିନବ ପ୍ରୟାସ, ଆରମ୍ଭ କଲା ସଡକ ସୁରକ୍ଷା ଉପରେ ଅନଲାଇନ କୁଇଜ୍ ପ୍ରତିଯୋଗିତା, ଯୁବ ପିଢ଼ି ହେବେ ନାହିଁ ବୋରିଂ

କେନ୍ୟୁଜ (ବ୍ୟୁରୋ): କରୋନା ମହାମାରୀର ଭୟାବହତା ନେଇ ଏପ୍ରିଲ ୧୪ ଯାଏଁ ପ୍ରଧାନମନ୍ତ୍ରୀ ସାରାଦେଶକୁ ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଖା ଯାଇଛି ଯେ ଅନେକ ଯୁବା ପିଢ଼ି ଘରେ ରହି ବୋରିଂ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡିଶା ପରିବହନ ଅଥରିଟି ଏକ ଅନଲାଇନ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛନ୍ତି। ଯେଉଁଥିରେ ସଠିକ ପ୍ରଶ୍ନର ଉତ୍ତର ଦେଉଥିବା ପ୍ରତିଯୋଗୀଙ୍କୁ ୧୦୦୦ ଟଙ୍କା ପୁରସ୍କାର ଦେବା ସହ ଏକ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଆୟୋଜନ ପଛର ମୂଳ ଲକ୍ଷ୍ୟଟି ହେଉଛି ଯୁବପିଢିଙ୍କ ଭିତରେ ସଡକ ସୁରକ୍ଷାର ସଚେତନତାକୁ ବୃଦ୍ଧି କରିବା ।

ସଡକ ସୁରକ୍ଷା ଉପରେ କୁଇଜ୍ ପ୍ରତିଯୋଗିତା

ଏହି ଅନଲାଇନ କୁଇଜ୍ ପ୍ରତିଯୋଗିତା ଆଜିଠାରୁ ଅର୍ଥାତ ୪/୪/୨୦୨୦ ରୁ ଲକଡାଉନ ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିରେ ଯେ କେହିଵି ଅଂଶଗ୍ରହଣ କରିପାରିବେ ବୋଲି ପରିବହନ ବିଭାଗ ତରଫରୁ ସୂଚନା ଦିଆ ଯାଇଛି।

ସଡକ ସୁରକ୍ଷା ଉପରେ ପ୍ରାକ୍ଟିସ୍ ଟେଷ୍ଟ

ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ଥିଲେ ମଧ୍ୟ ଆପଣ ଏହି ଲକଡାଉନ ସମୟରେ ସଡକ ସୁରକ୍ଷା ଉପରେ କିଛି ଜ୍ଞାନ ହାସଲ ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ।ନାଗରିକ ମାନେ ସଡକ ସୁରକ୍ଷା ଉପରେ କିଛି ଅଧିକା ଜ୍ଞାନ ହାସଲ ପାଇଁ ଓ ନୁଆ ଟ୍ରାଫିକ ରୁଲ୍ ଓ ଟ୍ରାଫିକ ପରମ୍ପରାକୁ ବିଶେଷ ଭାବେ ଜାଣିବା ପାଇଁ ଏଥିରେ ଭାଗ ନେଇ ପାରିବେ ।

ଲର୍ଣ୍ଣିଂ ଲାଇସେନ୍ସ ମକ୍ ଟେଷ୍ଟ

ଯଦି ଆପଣ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ପାଇଁ ଯାଉଥାନ୍ତି ତେବେ କିଛି ମକ୍ ଟେଷ୍ଟର ପ୍ରୟାସ କରି ପରୀକ୍ଷାର ଅନୁଭବ କରିପାରିବେ। ଏହି ପ୍ରତିଯୋଗିତା ମଧ୍ୟମରେ ପରୀକ୍ଷଣ ପ୍ରକ୍ରିୟାରେ ପରିଚିତ କରାଇ ଥାଏ ଓ ଜ୍ଞାନରେ ସୁଧାର ଆଣିଥାଏ। ଏହା ବ୍ୟତିତ ଯଦି ଆପଣଙ୍କ ପାଖରେ ଏକ DL ଅଛି ତେବେ ମଧ୍ୟ ଆପଣ ଏହି ନକଲି ପରୀକ୍ଷାରେ ନିଜ ଜ୍ଞାନର ଟେଷ୍ଟ କରିପାରିବେ ଓ ମଜା ମଧ୍ୟ ଉଠାଇ ପାରିବେ।

ଏହି ଅନଲାଇନ କୁଇଜରେ ୨୦ଟି ପ୍ରଶ୍ନ ରହିଵ ଓ ଏହା ରାତି ୧୨ଟା ଠାରୁ ୨୪ ଘଣ୍ଟା ମଧ୍ୟରେ ଏକ ବିଶେଷ ଦିନରେ ଉପଲବ୍ଧ ରହିବ। ଶ୍ରେଷ୍ଠ ୫ ବିଜେତାଙ୍କ ନାମ ସଂଧ୍ୟା ୬ଟାରେ ଘୋଷଣା କରାଯିବ। ଏହି ବିଜେତା ମାନଙ୍କୁ ୧୦୦୦ ଟଙ୍କାର କ୍ୟାସ୍ ପ୍ରାଇଜ୍ ଦିଆଯିବା ସହ ଏକ ଡିଜିଟାଲ ପ୍ରମାଣ ପତ୍ର ଦିଆଯିବ। ଯଦି ଅଧିକ ବିଜେତା ସମାନ ମାର୍କ ପାଆନ୍ତି ତେବେ ବିଜେତା ମାନଙ୍କ ଆଧାରରେ ଶ୍ରେଷ୍ଠ ବିଜେତା ନିର୍ଣ୍ଣୟ କରାଯିବ।

ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପରିବହନ ଅଥରିଟି ସୋସିଆଲ ସାଇଡର ଲିଙ୍କ ମଧ୍ୟ ଜାରି କରିଛି ସେଗୁଡିକ ହେଲା:-

facebook:-   https://www.facebook.com/OdishaSTA/

twitter:-  https://twitter.com/STAOdisha

ବି.ଦ୍ର: ଯଦି ଆପଣ ଏହି ପ୍ରତିଯୋଗିତା ମୋବାଇଲ ନମ୍ବର ଦେଇନଥିବେ ତେବେ ପ୍ରାଇଜ ଉଠାଇବା ପାଇଁ ଯୋଗ୍ୟ ହେବେ ନାହିଁ: ପରିବହନ ଅଥରିଟି ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.