SCBରେ ଆଜିଠୁ ଅନଲାଇନ୍ OPD ସେବା ଆରମ୍ଭ, ଶୁଭ ଉଦ୍‌ଘାଟନ କଲେ ମେଡିକାଲ କଲେଜ ଡିନ୍‌ ପ୍ରସନ୍ନଜିତ ମହାନ୍ତି

କଟକ (କେନ୍ୟୁଜ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା। କଟକ scb ବଡ଼ ମେଡ଼ିକାଲର ପ୍ରିନ୍ସିପାଲ ଡ଼ିନ୍‌ ପ୍ରସନ୍ନଜିତ ମହାନ୍ତିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ଅନ୍‌ଲାଇନ୍‌ ସେବା । (www. eswasthya.odisha.gov.in) ପୋର୍ଟାଲକୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ ସୁବିଧା ପାଇପାରିବେ ରୋଗୀ।

ବିନା ଧାଡିରେ ଘରେ ବସି ଯେକେଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରିପାରିବେ। ଏସ୍‌ସିବିରେ ଏବେ ମୋଟ ୨୦ଟି ଅଫ୍‌ଲାଇନ୍‌ ଓପିଡି କାଉଣ୍ଟର ରହିଛି। ଯେଉଁଠି ଦୈନିକ ୭ରୁ ୮ ହଜାର ଅଫ୍‌ଲାଇନ୍‌ ଟିକେଟ୍‌ କଟାଯାଏ। ଦୈନିକ ପ୍ରତି କାଉଣ୍ଟରରେ ହାରାହାରି ୪୦୦ ବ୍ୟକ୍ତିଙ୍କର ଟିକେଟ୍‌ କଟାଯାଏ। ଅନ୍‌ଲାଇନ୍‌ ସେବା ଆରମ୍ଭ ହେବା ପରେ ଅଫଲାଇନ୍‌ ଭିଡ କମିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.