୨୦ ମାସ ପରେ ବି ମିଳିଲାନି ପିହୁର ପତ୍ତା, ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଲେ ମା’ ମୋନାଲିସା

ଯାଜପୁର (କେନ୍ୟୁଜ): ରାଷ୍ଟ୍ରପତି ଙ୍କୁ ଇଚ୍ଛାମୃତ୍ୟ ପାଇଁ।ଅନୁମତି ମାଗିଲେ ପିହୁର ମା ମୋନାଲିସା। ଝିଅ ନିଖୋଜ ହେବାର ଦୀର୍ଘ ୨୦ ମାସ ବିତିଯାଇଥିଲେ ହେଁ ପିହୁ ର କୌଣସି ପତ୍ତା ନ ମିଳିବାରୁ ମୋନାଲିସା ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଙ୍କ ଠାରୁ ଅନୁମତି ଭିକ୍ଷା କରିଛନ୍ତି। ଆଜି ମୋନାଲିସା ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ମୋନାଲିସା।

ସୂଚନା ଯୋଗ୍ୟ ୨୦୨୦ ମସିହା ଅଗଷ୍ଟ ୯ ତାରିଖ ଦିନ ପିହୁ ବିଂଝାରପୁର ଥାନା ମଧୁସୂଦନ ପୁର ଗାଁ ନିଜ ମାମୁ ଘରେ ଖେଳୁଥିବା ବେଳେ ହଟାତ ନିଖୋଜ ହୋଇଯାଇଥିଲା। ଏହା ଏକ ଅପହରଣ ବୋଲି ଅଭିଯୋଗ କରି ମୋନାଲିସା ବିଂଝାରପୁର ଥାନା ରେ ଅଭିଯୋଗ ଦେଇଥିଲେ।  ନିଖୋଜ  ପିହୁକୁ ପାଇବା ପାଇଁ ବିଂଝାରପୁର ଥାନା ଠାରୁ ଡିଜି ଅଫିସ , ଆଉ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଦୌଡ଼ି ଥିଲେ ପିହୁର ମା ମୋନାଲିସା । ଶେଷରେ ସବୁଠି ନିରାଶ ହେବା ପରେ ଇଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.