ବଡ ଖବର : ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ PPF ରେ ନିବେଶ କରିବାର ସୀମା, ଜାଣନ୍ତୁ ପୂରା ଖବର
ବଜେଟ ୨୦୨୨-୨୩ ଉପସ୍ଥାପନା ହେବାକୁ ଆଉ ମାତ୍ର ଗୋଟେ ମାସରୁ ବି କମ୍ ସମୟ ରହିଛି। ଷ୍ଟେକହୋଲର୍ଡଙ୍କ ଠାରୁ ନେଇ ରାଜ୍ୟର ଅର୍ଥମନ୍ତ୍ରୀମାନେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଜେଟ ସମ୍ବନ୍ଧୀୟ ନିଜର ବିଚାର ଜଣାଉଛନ୍ତି। ଚାଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥା ICAI (ଦ ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟସ ଅଫ୍ ଇଣ୍ଡିଆ) ମଧ୍ୟ ଅର୍ଥ ମନ୍ତ୍ରୀଙ୍କୁ ନିଜର ପରାମର୍ଶ ଦେଇଛି। ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଅର୍ଥ ମନ୍ତ୍ରୀଙ୍କୁ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫର ମ୍ୟାକ୍ସିମମ୍ ଜମା ସୀମାକୁ ବୃଦ୍ଧି କରାଇ ୩ ଲକ୍ଷ ଟଙ୍କା କରିବା ପାଇଁ ପରାମର୍ଶ ଦେଇଛି।
ଆଇସିଏଆଇ ମୁତାବକ, ଇନଷ୍ଟିଚ୍ୟୁଟ ଅଫ୍ ଚାଟାର୍ଡ ଆକାଉଣ୍ଟସ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପବ୍ଲିକ ପ୍ରଭିଡେଣ୍ଟ ଫଣ୍ଡରେ ନିବେଶ କରିବାର ମ୍ୟାକ୍ସିମମ ସୀମାକୁ ବଢ଼େଇ ୩ ଲକ୍ଷ ଟଙ୍କା କରିବାର ପରାମର୍ଶ ଦେଇଛି।
ଆଇସିଏଆଇ ମୁତାବକ ପିପିଏଫ ଡିପୋଜିଟ ସ୍କୀମରେ ନିବେଶ କରିବାର ଲିମିଟକୁ ବଢ଼ାଇବା ବହୁତ ଜରୁରୀ, କାହିଁକିନା ଏହା ଏକମାତ୍ର ସବୁଠାରୁ ସୁରକ୍ଷିତ ଏବଂ ଭଲ ରିଟର୍ଣ୍ଣ ଦେଉଥିବା ଟ୍ୟାକ୍ସ ସେଭିଙ୍ଗ ସ୍କୀମ ମଧ୍ୟରୁ ଗୋଟିଏ। ଆଇସିଏଆଇ ଜଣାଇଛି ଯେ ପିପିଏଫରେ ନିବେଶର ମ୍ୟାକ୍ସିମମ୍ ସୀମାକୁ ଅନେକ ବର୍ଷ ଧରି ପରିବର୍ତ୍ତନ କରାଯାଇନାହିଁ। ଆଇସିଏଆଇ ମୁତାବକ ପିପିଏଫରେ ନିବେଶର ସୀମାକୁ ବଢ଼ାଇବା ଦ୍ୱାରା ଜିଡିପିରେ ଘରୋଇ ସେଭିଙ୍ଗର ଅଂଶିଦାର ବଢ଼ାଇବାରେ ସାହାଯ୍ୟ ମିଳିବ।
ନଜର ପକାନ୍ତୁ ଆଇସିଏଆଇର କିଛି ଗୁରୁତ୍ୱପୂର୍ଣ୍ଣ ବିଚାର ଉପରେ
- ପିପିଏଫରେ ଅଂଶଦାନ କରିବାର ବାର୍ଷିକ ସୀମା ଦେଢ଼ ଲକ୍ଷରୁ ବଢ଼ି ୩ ଲକ୍ଷ ଟଙ୍କା କରାଯାଉ।
- ଧାରା ସିସିଏଫ ଅନୁଯାୟୀ ରିହାତିର ଅଧିକତମ ସମୟ ସୀମା ୧.୫ ଲକ୍ଷରୁ ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ହୋଇପାରିବ।
- ଆଇସିଏଆଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ବେଜେଟରେ ଇନକମ୍ ଟ୍ୟାକ୍ସ ସେକ୍ସନ ୮୦ସି ଅନୁଯାୟୀ ନିବେଶ ଉପରେ ଟ୍ୟାକ୍ସ ଛାଡର ସୀମାକୁ ଦେଢ଼ ଲକ୍ଷରୁ ବଢ଼ାଇ ଅଢ଼େଇ ଲକ୍ଷ କରିବାକୁ ପରାମର୍ଶ ଦେଇଛି। ଆଇସିଏଆଇ ଜଣାଇଛି ଯେ ଏହି ଲିମିଟକୁ ବଢ଼ାଇବା ଦ୍ୱାରା ଲୋକ ନିବେଶ କରିବା ପାଇଁ ପ୍ରେରିତ ହେବେ।
PPF କଣ?
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା ପିପିଏଫ ଭାରତରେ ସବୁଠାରୁ ଲୋକପ୍ରିୟ, ଅଧିକ ଅବଧି ବିକଳ୍ପ ମଧ୍ୟରୁ ଗୋଟିଏ। ଏହା ଏକମାତ୍ର ସବୁଠାରୁ ସୁରକ୍ଷିତ ଏବଂ ଭଲ ରିଟର୍ଣ୍ଣ ଦେଉଥିବା ଟ୍ୟାକ୍ସ ସେଭିଙ୍ଗ ସ୍କୀମ ମଧ୍ୟରୁ ଗୋଟିଏ।