ବିକିନୀ ପିନ୍ଧି ବାପାଙ୍କ ସାମ୍ନାରେ ଜନ୍ମଦିନ କେକ୍‌ କାଟିଲେ ଇରା ଖାନ! ଆମିର ଖାନ୍‌ ବି ଥିଲେ ଶାର୍ଟଲେସ୍‌…ଜବରଦସ୍ତ ଟ୍ରୋଲ ହେଉଛନ୍ତି ବାପଝିଅ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଆମିର ଖାନ ଗତକାଲି ନିଜ ଲାଡ୍‌ଲୀ ଇରା ଖାନଙ୍କ ୨୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ସମୟରେ ଇରା କେକ୍ ଉପରେ ଲାଗିଥିବା ମହମବତି ଲିଭାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋ ଦେଖିବା ପରେ ଟ୍ରୋଲରମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଏବଂ ଯାହାକୁ ନେଇ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ଆମିର ଖାନଙ୍କ ଝିଅ ଇରା ଖାନ ମେ’ ୮ ରବିବାର ନିଜର ୨୫ତମ ଜନ୍ମଦିନ ପାଳନ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋ ଦେଖିଲେ ଲାଗୁଛି ଯେ ଆମିର ଝିଅର ଜନ୍ମଦିନରେ ପୁଲ୍ ପାର୍ଟି ରଖିଥିଲେ। ଇରା ନିଜ ଜନ୍ମଦିନ କେକ୍ କାଟିବା ସମୟରେ ବିକିନୀରେ ନଜର ଆସିଥିବା ବେଳେ ଏହି ବିକିନୀ ଟ୍ରୋଲରମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଆମିର ବି ଏହି ଫଟୋରେ ଶାର୍ଟଲେସ୍‌ ଥିବା ନଜର ଆସୁଛନ୍ତି ଏବଂ ତାଙ୍କ ପାଖରେ ପୁଅ ଆଜାଦ ମଧ୍ୟ ଦେଖା ଯାଉଛନ୍ତି।

କହି ରଖୁଛୁ, ଇରା ଖାନ ଏମିତି ଜଣେ ଷ୍ଟାର କିଡ୍‌, ଯିଏ ଏ ପର୍ଯ୍ୟନ୍ତ ଫିଲ୍ମରେ ପାଦ ରଖି ନାହାନ୍ତି। ଏହାସତ୍ତ୍ୱେ ସେ ବହୁତ ଫେମସ୍‌ ଅଛନ୍ତି। ଇରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ସବୁବେଳେ ନିଜ ହୃଦୟର କଥା ଫ୍ୟାନ୍‌ମାନଙ୍କ ସାମ୍ନାରେ ବର୍ଣ୍ଣନା କରନ୍ତି। ସେ ନିଜ ଜୀବନ ସହ ଜଡିତ ଅନେକ କଥା ବି ସୋସିଆଲ ମିଡିଆରେ ଖୁଲାସା କରି ସାରିଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ନେଇ ଇରା ବହୁତ ସଚେତନ ରୁହନ୍ତି ଏବଂ ପ୍ରତ୍ୟେକ ଥର ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ କଥା ହୁଅନ୍ତି। ନିକଟରେ ସେ ନିଜ ସହ ଜଡିତ ଏକ ବଡ଼ ଖୁଲାସା ମଧ୍ୟ କରିଛନ୍ତି।

ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଇରା ଖାନ କହିଛନ୍ତି ଯେ ଆଜିକାଲି ସେ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଛନ୍ତି। କାହିଁକି ନା, ଡିପ୍ରେସନ ପରେ ବର୍ତ୍ତମାନ ତାଙ୍କୁ ପାନିକ୍‌ ଆଟାକ୍‌ ଆସିବାରେ ଲାଗିଛି। ଇରା ଲେଖିଛନ୍ତି, ‘ମୋତେ ଭୟ ଲାଗୁଛି ଏବଂ ମୁଁ ଭୟରେ କାନ୍ଦିବାକୁ ଲାଗି ଯାଉଛି। ମୁଁ ଜାଣେ ନାହିଁ ଯେ ପାନିକ୍‌ ଆଟାକ୍‌ କେମିତି ହୋଇଥାଏ। ଯେତିକି ମୁଁ ବୁଝିପାରୁଛି, ଏହାର ଶାରୀରିକ ଲକ୍ଷଣଗୁଡ଼ିକ ହେଲା ହୃଦସ୍ପନ୍ଦନ ବଢ଼ିବା, ଜୋର୍‌ ଜୋର୍‌ରେ ନିଃଶ୍ୱାସ ପ୍ରଶ୍ୱାସ ନେବା, କାନ୍ଦିବା ଇତ୍ୟାଦି ଏବଂ ଧୀରେ ଧୀରେ ଏହା ବଢ଼ିବାରେ ଲାଗିଥାଏ। ଏମିତି ଲାଗୁଛି, ଯେମିତି କିଛି ଭୟାନକ ଘଟଣା ଘଟିବାକୁ ଯାଉଛି’।

 

View this post on Instagram

 

A post shared by Instant Bollywood (@instantbollywood)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.