Below header

ଅପରାଧମୁକ୍ତ ହେବ ରାଜଧାନୀ : ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ

ଭୁବନେଶ୍ବର : ପାଖେଇ ଆସୁଛି ହକି ମହାସମର । ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଁଞ୍ଚି ଗଲାଣି । ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ଅପରାଧ ଓ ନିଶାମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ବିଗତ କିଛିଦିନ ହେବ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି କମିଶନରେଟ ପୋଲିସ ଓ ଅବକାରୀ ବିଭାଗ । ଚଢ଼ାଉ ବେଳେ ଚୋରାବନ୍ଧୁକ ଓ ବ୍ରାଉନସୁଗାର ଜବତ ହେଉଛି । ହକି ବିଶ୍ୱକପ୍‌ ପୂର୍ବରୁ ରାଜଧାନୀକୁ ଅପରାଧ ମୁକ୍ତ କରିବା ପାଇଁ ଯୋଜନା କରିଛି ପୋଲିସ । ଦେଖନ୍ତୁ ଏହି ରିପୋର୍ଟ ।

୩୦ ଅକ୍ଟୋବର ୨୦୧୮ । ଖଣ୍ଡଗିରି ଅଞ୍ଚଳରୁ ୫ଟି ବନ୍ଧୁକ ଜବତ । ଗିରଫ ହେଲେ ୪ ବ୍ୟବସାୟୀ । ୧୬ ନଭେମ୍ବର ୨୦୧୮ । ଗୋଟିଏ ବନ୍ଧୁକ ସହ ଜଣେ ଗିରଫ । ୧୭ ନଭେମ୍ବର-୨୦୧୮ । ଗୋଟିଏ ବନ୍ଧୁକ ସହ ଖଣ୍ଡା ଜବତ । ୪ ଅପରାଧି ଗିରଫ । ଆଉ ୧୦ ଦିନ ପରେ ବିଶ୍ୱକପ ହକି ମହାକୁମ୍ଭ । ଏହାକୁ ନଜରରେ ରଖି ରାଜଧାନୀକୁ ଅପରାଧି ମୁକ୍ତ କରିବା ପାଇଁ ଅଣ୍ଟାଭିଡିଛି କମିଶନରେଟ ପୋଲିସ । ଏଥିପାଇଁ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି ।

ସେପଟେ ନିଶାକାରବାର ଉପରେ କଡା ନଜର ରଖିଛି ଅବକାରୀ ବିଭାଗ । ଗତ ଶୁକ୍ରବାର ରାଜଧାନୀରୁ ଜବତ ହୋଇଥିଲା ୧୯୫ ଗ୍ରାମର ବ୍ରାଉନସୁଗାର ଜବତ । ଏହାର ଆନୁମାନିକ ମୂଲ୍ୟ ଥିଲା ୧୯ଲକ୍ଷ ଟଙ୍କା । ଏହି ବ୍ରାଉନ ସୁଗାର ପଶ୍ଚିମବଙ୍ଗ ହାଓ୍ଵାଡାରୁ ଜଳେଶ୍ୱର ଦେଇ ଖୋର୍ଦ୍ଧା ଆସୁଥିଲା । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଚଢ଼ାଉ ଚାଲିଛି ।

ବିଶ୍ୱକପ୍‌କୁ ଆଖି ଆଗରେ ରଖି ଅପରାଧିଙ୍କ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସ । ବିଭିନ୍ନ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରି ଚଢ଼ାଉ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.