ଦୀପାବଳି ବାଣଫୁଟା ଓ ବିକ୍ରି ମାମଲାରେ ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ

ଭୁବନେଶ୍ବର(କେନ୍ଯୁଜ୍): ଦୀପାବଳି  ବାଣଫୁଟା ଓ ବିକ୍ରି ମାମଲାରେ ଅଲ୍‌ ଓଡ଼ିଶା ଫାୟାର ଓ୍ଵାର୍କସ ଡିଲର୍ସ ଆସୋସିଏସନ୍‌ ଆବେଦନ ହାଇକୋର୍ଟରେ ଅଗ୍ରାହ୍ୟ । ଏହା ଏକ ରେଜିଷ୍ଟ୍ରିଭୁକ୍ତ ସଙ୍ଗଠନ ହୋଇ ନଥିବାରୁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ତେବେ ଆବେଦନକାରୀ ସାନି ଆବେଦନ କରି ପାରିବେ ।

ଆବେଦନକାରୀଙ୍କୁ ସେହି ଅଧିକାର ଦେଇଛନ୍ତି ହାଇକୋର୍ଟ । ଦୀପାବଳୀରେ ଗ୍ରୀନ୍‌ କ୍ରାକର ବିକ୍ରୀକୁ ଅନୁମତି ଦେବାକୁ ହୋଇଥିଲା ଆବେଦନ । ସେପଟେ ଦୀପାବଳୀରେ ବାଣଫୁଟା ଓ ବିକ୍ରୀ ଉପରେ ନିଷେଧାଦେଶ ଜାରି କରିଛନ୍ତି ସରକାର । ସେପ୍ଟେମ୍ବର ୩୦ରେ ଏନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.