ସୋଲେ ଷ୍ଟାଇଲରେ ଆତ୍ମହତ୍ୟା କରିବାକୁ ପାଣି ଟାଙ୍କି ଉପରକୁ ଚଢ଼ିଗଲେ ବ୍ୟକ୍ତି

(କେନ୍ୟୁଜ) : ସାଲେପୁର କିଶନ ନଗର ତହସିଲ୍ ଅଧୀନ ଅରିଲୋ ପଞ୍ଚାୟତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ ଦୀପକ ରଞ୍ଜନ ଖଣ୍ଡୁଆଳଙ୍କ ବକେୟା ପଇସା ନ ଦେବାରୁ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ ଘଟଣା ବେଶ ରୋଚକ ସୃଷ୍ଟି କରିଛି। ଦୀପକ ୨୦୧୮-୧୯ ମସିହାରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରେ ପମ୍ପ ମେସିନ କର୍ମଚାରି ଭାବେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ପ୍ରାପ୍ୟ ମିଳି ନଥିଲା, ଏ ନେଇ ସେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ଫଳ ମିଳିନଥିଲା।

ତେଣୁ ବାଧ୍ୟ ହୋଇ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟାର ବାଟ ବାଛିଥିଲେ ଦୀପକ। ବେଶ କିଛି ସମୟ ଆତ୍ମହତ୍ୟା ପ୍ରୟାସକୁ ନେଇ ଚାଲିଲା ହାଇଡ୍ରାମା। ତେବେ ଏ ସଂପର୍କରେ ଖବର ପାଇ କିଶୋର ନଗର ପୋଲିସ ଓ ଅଗ୍ନିସମ ବାହିନୀଙ୍କ ମିଳିତ ପ୍ରୟାସରେ ଦୀପକଙ୍କୁ ଉଦ୍ଧାର କରାଯାଇ ଥାନାକୁ ଆଣିବା ସହିତ କିପରି ସେ ତାଙ୍କ ପ୍ରାପ୍ୟ ପାଇବ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀକୁ କହିଛନ୍ତି। ତେଣୁ ଅନୁରୋଧ କାହାରି ଜୀବିକାକୁ ଏପରି ମାରନ୍ତୁନି। ସେ ନିଜ କଷ୍ଟ ଉପାର୍ଜିତ ଟଙ୍କା ମାଗୁଛନ୍ତି ତାହେଲେ ସେ ଟଙ୍କାକୁ ଦେବାକୁ ଏତେ କୁଣ୍ଠାବୋଧ କାହିଁକି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.