Below header

ଯାତ୍ରୀଙ୍କ ପାଇଁ ଖୁସି ଖବର, ଆସନ୍ତା କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହେବ ବସ ସେବା

ଯାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା କାଲିଠାରୁ ସାଧାରଣ ଲୋକଙ୍କ ପାଇଁ ବସ ସେବା ଆରମ୍ଭ କରିବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ତେବେ ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ଚାଲିବ ୯୬ଟି ବସ। ଭୁବନେଶ୍ୱର ସହ ଯୋଡ଼ି ହେବ ରାଜ୍ୟର ୨୨ ସହର। ପରେ ପର୍ଯ୍ୟାୟକ୍ରମେ ଅଧିକରୁ ଅଧିକ ରୁଟରେ ବସ୍‌ ଗଡିବ। ଏନେଇ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ସିଏମଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ସମୁଦାୟ ୪୪୦ଟି ବସ୍ ମଧ୍ୟରୁ ୭୦ ପ୍ରତିିଶତ ବସ୍ ଅତିଥି ଶ୍ରମିକ ସେବାରେ ନିୟୋଜିତ ଥିଲା। ଏବେ ଏହି କାମ ପ୍ରାୟତଃ ସରି ଆସିଥିବା ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି। ତେବେ ବିନା ମାସ୍କରେ କେହି ଯାତ୍ରା କରି ପାରିବେ ନାହିଁ। ସେହିପରି କୌଣସି ଯାତ୍ରୀ ବସରେ ଛିଡା ହୋଇ ଯାଇ ପାରିବେ ନାହିଁ। ସେହିଭଳି ବସରେ ଚଢିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଅନ୍ୟପଟେ ଜରୁରୀ ନଥିଲେ ବସରେ ଯାତ୍ରା ନକରିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.