Below header

ମାତ୍ର ଦୁଇ ହଜାର ଟଙ୍କାରେ ନୋକିଆ ଲଞ୍ଚ କଲା ଏହି ଦୁଇଟି ଫୋନ, ମିଳୁଛି ଡୁଆଲ ସିମର ଅପ୍ସନ ସହିତ ଅନେକ କିଛି

ନୋକିଆ ଖୁବ୍ କମ୍ ମୂଲ୍ୟରେ ଏହାର ଦୁଇଟି ଫିଚର ଫୋନ Nokia 125 ଏବଂ Nokia 150 ଲଞ୍ଚ କରିଛି । ଏପ୍ରିଲରେ ଏହି ଦୁଇଟି ଫୋନ୍ ବିଷୟରେ ଅନେକ ସୂଚନା ପ୍ରକାଶ ପାଇଥିଲା ଏବଂ ମେ ମାସରେ ଏହାର ଲଞ୍ଚ ପାଇଁ ଏକ ସରକାରୀ ଘୋଷଣା କରାଯାଇଥିଲା । ଶେଷରେ HMD ଗ୍ଲୋବାଲ୍ ବର୍ତ୍ତମାନ ଏହି ଦୁଇଟି ଫୋନ୍ ଲଞ୍ଚ କରିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର ଦୁଇ ହଜାର ଟଙ୍କା ରଖାଯାଇଛି । ତାହେଲେ ଆସନ୍ତୁ ଜାଣିବା ଏହି ଫୋନରେ କଣ ରହିଛି ଫିଚର ।

ଉଭୟ Nokia 125 ଏବଂ Nokia 150 ଫୋନରେ 2.4 – ଇଞ୍ଚର QVGA (240×320 ପିକ୍ସେଲ) TFT LCD କଲର ଡ଼ିସପ୍ଲେ ଦିଆଯାଇଛି । ଏହି ଫୋନ୍ ଗୁଡିକ ପଲିକାର୍ବୋନେଟ୍ ବଡି ସହିତ ଆସିଥାଏ । ଏହି ଶସ୍ତା ଫୋନରେ ଗ୍ରାହକଙ୍କୁ କେବଳ 2G କନେକ୍ଟିଭିଟି ଦିଆଯାଇଛି । ଏହି ଡୁଆଲ୍ ସିମ୍ ଫୋନରେ ଡୁଆଲ୍ ଷ୍ଟାଣ୍ଡବାଇ ଅପ୍ସନ୍ ମଧ୍ୟ ଉପଲବ୍ଧ । ତେବେ ଏହି ଦୁଇଟି ଫିଚର ଫୋନ୍ ଗ୍ରାହକଙ୍କୁ ଷ୍ଟାଣ୍ଡାର୍ଡ ଫିଚର ଫୋନ ପରଫରମାନ୍ସର ଏକ୍ସପିରିଏନ୍ସ ଦେବ ।

Nokia 150, Nokia 125 feature phones launched, start at $24 ...

ରିମୁଭେବୁଲ ବ୍ୟାଟେରୀ

ଏହି ଫୋନରେ ଆପଣ 4 MB RAM ଏବଂ 4 MBର ଇଣ୍ଟରନାଲ ଷ୍ଟୋରେଜ୍ ପାଇବେ । ଏହି ଫୋନ୍ MediaTek ପ୍ରୋସେସରରେ କାମ କରିଥାଏ । ପାୱାର ପାଇଁ, ଫୋନରେ 1,020mAhରରିମୁଭେବୁଲ ବ୍ୟାଟେରୀ ଦିଆଯାଇଛି । ଚାରଜିଙ୍ଗ କନେକ୍ଟିଭିଟି ପାଇଁ ଏହି ଫୋନରେ ମାଇକ୍ରୋ ୟୁଏସବି ପୋର୍ଟ ଦିଆଯାଇଛି । ଏଥିରେ ଆପଣ ଅନେକ କଲର ଅପସନ ପାଇପାରିବେ ।

ଶସ୍ତା ମୂଲ୍ୟ ହେତୁ Nokia125 ରେ VGA କ୍ୟାମେରା ଦିଆଯାଇନଥାଏ । ଯାହାକି Nokia150 ରେ ଉପଲବ୍ଧ । ତଥାପି, ଉଭୟ ଏଲଇଡି ଫ୍ଲାସ ଏବଂ ୱେୟାରଲେସ FM ରେଡିଓ ସପୋର୍ଟ ଦିଆଯାଇଛି । ଗ୍ରାହକମାନେ Nokia125 କୁ ଧଳା ଏବଂ କଳା ରଙ୍ଗରେ କିଣିପାରିବେ । ଏହା ବ୍ୟତୀତ ନୋକିଆ 150 କୁ ନୀଳ, ନାଲି ଏବଂ କଳା ରଙ୍ଗରେ କିଣାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.