Below header

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ନିକଟରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ପଣ୍ଡା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ପଣ୍ଡା। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ ନିକଟରେ ପକ୍ଷ ରଖିଛନ୍ତି। ନିଜର ପ୍ରତିନିଧିଙ୍କ ଜରିଆରେ ଲିଖିତ ଭାବେ ପକ୍ଷ ରଖିଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଲିଖିତ ଆକାରରେ ମିଳିଥିବା ପକ୍ଷର ତର୍ଜମା କରାଯିବ। ପରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯିବ।

ଶୁଣାଣି ବେଳେ ଉଭୟ ଅଭିଯୋଗକାରିଣୀ ଓ ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ଡକାଯିବ।  ଲକଡାଉନ୍‌ ସମୟରେ ନିଜର ୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଗତ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା’ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ଏହି ଘଟଣାରେ ସାମିଲ ଥିବା କହିଥିଲେ। ମାମଲାର ତଦନ୍ତ ଭାର ପ୍ରଥମେ କମିଶନରେଟ ପୋଲିସ ଓ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ନ୍ୟସ୍ତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.