Below header

ନେତା ଏମିତି : ବଦଳିଲା ଦଳ, ବଦଳିଗଲା ଭାଷା

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଜେଡି ଛାଡିବାର ଦିନକ ପରେ ବିଜେପିରେ ଯୋଗ ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ବିଜେପି ନେତାଙ୍କ ଗହଣରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଆଉ ପ୍ରଶଂସାରେ ପୋତି ପକାଇଲେ ବିଜେପି ଓ ତାର ନେତୃମଣ୍ଡଳୀକୁ ।
ଏବେ ଟିକେ ନଜର ପକାଇବା ବିଜେଡିରେ ଥିବା ବେଳେ କଣ କରିଥିଲେ ସାଂସଦ ବଳଭଦ୍ର ମାଝୀ । ଚିଠି ଲେଖିଥିଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକାରୀ ହୋଇପାରୁ ନାଁହି ବୋଲି ଅଭିଯୋଗ କରିଥିଲେ । ଖାଲି ସେତିକି ନୁଁହେ ସିଧା ଅଭିଯୋଗ ଆଣିଥିଲେ ବିଭାଗୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ନାଁରେ । ବିଜେପିର ମନ୍ତ୍ରୀ ତାଙ୍କୁ ଧମକାଇବା ଭଳି କଥାବାର୍ତ୍ତା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଏହି ସାଂସଦ । ଯାହାକୁ କି ପରବର୍ତ୍ତୀ ସମୟରେ ଖଣ୍ଡନ କରାଯାଇଥିଲା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ । ତେବେ ପଛୁଆ ଅଞ୍ଚଳର ଏହି ସାଂସଦ ବିଜେପି ସରକାରର

କାର୍ଯ୍ୟକଳାପକୁ ସମାଲୋଚନା କରି ଆସିଥିଲେ ଚର୍ଚ୍ଚାକୁ । ହେଲେ ଆଜି ବିଜେପି ସରକାରଙ୍କ କାର୍ଯ୍ୟରେ ସେ ଅତ୍ୟନ୍ତ ସନ୍ତୁଷ୍ଟ ।
ପଛୁଆ ଅଞ୍ଚଳର ଏହି ସାଂସଦଙ୍କ ଆଉ ଏକ ଉଦାହରଣ । ମାଲକାନାଗିରିର ଏମପିଭି ୬୯ ଗାଁରେ ଘଟିଥିଲା ଏହି ଘଟଣା । ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବା ସତ୍ତ୍ୱେ ବି ସାଂସଦ କେବେ ଯାଇନଥିଲେ ସେହି ଗାଁକୁ । ପରସ୍ଥିତି ଏପରି ହେଲା ଏକ ମନ୍ଦିର ପ୍ରତିଷ୍ଠ ଉତ୍ସବ ଆୟୋଜନ କରି ଗାଁ ଲୋକେ ନିଜ ସାଂସଦଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏକ ହେଲିକେପ୍ଟର ଭଡାରେ ଆଣି ନେଇଥିଲେ ଗାଁକୁ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.