Below header

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ସାନି ଚିଠା ତାଲିକା ବିଜ୍ଞପ୍ତି ପ୍ରକାଶ କଲେ ସରକାର,୫୦% ମହିଳାଙ୍କ ଲାଗି ସଂରକ୍ଷିତ

କେନ୍ୟୁଜ୍(ବ୍ୟୁରୋ): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ସଂରକ୍ଷଣ ନେଇ ସାନି ଚିଠା ତାଲିକାର ବିଜ୍ଞପ୍ତି ପ୍ରକାଶ କଲେ ସରକାର। ଏଥର ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ନାହିଁ। ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲା ପରିଷଦ ପଦବୀ ଆସନ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ସେହିପରି ୭ଟି ଅନୁସୂଚିତ ଜନଜାତି ଓ ୫ଟି ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ରହିଛି।

ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେଓଗଡ଼, ନୟାଗଡ଼, ବରଗଡ଼, ବାଲେଶ୍ୱର, ଓ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି। ଏନେଇ ୧୦ ଦିନ ମଧ୍ୟରେ ଅଭିଯୋଗ ଓ ପରାମର୍ଶ ଦେଇପାରିବେ ସାଧାରଣ ନାଗରିକ। ଅଭିଯୋଗକୁ ବିଚାର କରି ଚୂଡ଼ାନ୍ତ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.