ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ: ରାତି ୯ଟାରୁ ସକାଳ ୬ଟା ଯାଏଁ କଟକଣା

କେନ୍ୟୁଜ୍(ବ୍ୟୁରୋ):ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଭୟାବହତା ସହ ବଡ଼ଦିନ ଓ ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ତତ୍କାଳ ନାଇଟ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର। ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଲାଗୁ ହେବ କଟକଣା। ଏହି ସମୟ ମଧ୍ୟରେ ୫ଜଣରୁ ଅଧିକ ଏକତ୍ରିତ ହେବା ସଂପର୍ଣ୍ଣ ବାରଣ କରାଯାଇଛି। ଏହାକୁ ଆଜି ରାତିରୁ ଲାଗୁ କରାଯାଇଛି।

ବିବାହ ପାଇଁ ମଧ୍ୟ ଗାଇଡଲାଇନ ଜାରି ହୋଇଛି। ଇଣ୍ଡୋରରେ ବିବାହରେ ସର୍ବାଧିକ ଶହେ ଜଣ ଓ ସାଧାରଣ ସ୍ଥଳରେ ବିବାହରେ ସର୍ବାଧିକ ୨୫୦ ଲୋକଙ୍କୁ ମିଳିବ ଅନୁମତି। ଏକତ୍ର ହେବା ସମୟରେ କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ ହେବ। ଜିମ୍‌, ସ୍ପା, ହୋଟେଲ, ଥିଏଟର ଆଦିରେ ୫୦ ପ୍ରତିଶତ କ୍ଷମତାକୁ ମିଳିବ ଅନୁମତି।

You might also like