ରାତ୍ର ପୋଷାକ ବାଛିବା ସମୟରେ ଏହି କଥା ଉପରେ ଦିଅନ୍ତୁ ଧ୍ୟାନ, ହେବ ନାହିଁ ଅସୁବିଧା

ନାଇଟେଓ୍ଵୟର ବାଛିବା ସମୟରେ ଆମେ କେତେକ ଜିନିଷ ଉପରେ ଧ୍ୟାନ ଦେଇ ନଥାଉ । ଦିନ ପୋଷାକ ଉପରେ ଯେତିକି ଧ୍ୟାନ ଦେଇଥାଉ ରାତି ପୋଷାକ ଉପରେ ସେତେତା ଧ୍ୟାନ ଦେଇ ନଥାଉ । କିଛି ମହିଳା ନାଇଟେଓ୍ଵୟର ସର୍ବଦା କମ୍ଫଟେବଲ ପିନ୍ଧିବା ପସନ୍ଦ କରିଥାନ୍ତି । ଫଳରେ ବିନା କୌଣସି ଅସୁବିଧାରେ ଭଲ ନିଦ ଆସିବ । ବେଳେ ବେଳେ ଏପରି ହୋଇଥାଏ ଯେ ଆମେ ନାଇଟ େଓ୍ଵୟର ପିନ୍ଧି ମଧ୍ୟ ବାହାରକୁ ଚାଲିଯାଉଥାଉ । ଏମିତିରେ ଆମେ ନାଇଟ େଓ୍ଵୟର ଏପରି ବାଛିବା ଯେପରି ଦୁଇ ସ୍ଥାନକୁ ପିନ୍ଧି କରି ଯାଇପାରିବା । ଆସନ୍ତୁ ଜାଣିବା ନାଇଟେଓ୍ଵୟର କିଣିବା ସମୟରେ ଆମେ କେଉଁ କେଉଁ ଜନିଷ ପ୍ରତି ଧ୍ୟାନ ଦେବା ଉଚିତ୍‌ ।

ଫେବ୍ରିକ ଚେକ୍‌ କରେ – ନାଇଟ େଓ୍ଵୟରରେ ବିଭିନ୍ନ ପ୍ରକାର ଭେରାଇଟିର ଫ୍ରେବ୍ରିକରେ ମିଳିଯିବ । ହେଲେ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ । ଯଦି ଆପଣ ସାଇନି ଓ ସିଲ୍କ କପଡ଼ା ପସନ୍ଦ କରୁଛନ୍ତି ତ ସାଟନ ନାଇଟେଓ୍ଵୟର ବାଛନ୍ତୁ । ଯଦି ଆପଣ କମ୍ଫଟେବଲ ନାଇଟେଓ୍ଵୟର ଚାହାଁନ୍ତି ତେବେ ଆପଣ କଟନ ଫେବ୍ରିକ ବାଛନ୍ତୁ ।

ଋତୁ ଅନୁସାରେ ବାଛନ୍ତୁ ନାଇଟେଓ୍ଵୟର – ନାଇଟେଓ୍ଵୟରରେ ଆମେ ସର୍ବଦା ହାଲ୍‌କା କପଡ଼ା ପିନ୍ଧିବାକୁ ପସନ୍ଦ କରିଥାଉ । ହେଲେ ଥଣ୍ଡା ଋତୁରେ ଆପଣ ଏହାକୁ ବଦଳାଇବା ଉଚିତ୍‌ । ଯାହାଦ୍ୱାରା ଥଣ୍ଡାରୁ ରକ୍ଷା ପାଇପାରିବେ । ସେହିପରି ଶୀତ ଋତୁରେ ଉଲେନ ନାଇଟେଓ୍ଵୟର ବାଛି ପାରିବେ ।

ଷ୍ଟାଇଲକୁ ମଧ୍ୟ ନଜର ଅନ୍ଧାଜ କରନ୍ତୁ ନାହିଁ – ନାଇଟେଓ୍ଵୟର ବାଛିବା ସମୟରେ ଅଧିକାଂଶ ମହିଳା ଷ୍ଟାଇଲ ତୁଳନାରେ କମ୍ଫଟକୁ ଅଧିକ ଧ୍ୟାନ ରଖନ୍ତି । ଏମିତି ନୁହେଁ ଯେ ଆପଣ ସର୍ବଦା ନିଜକୁ ସିମ୍ପଲ ରଖିବେ । ଚେଷ୍ଟା କରନ୍ତୁ ବ୍ରାଇଟ କଲର ସ୍ଥାନରେ ହାଲକା ରଂଗର ବାଛନ୍ତୁ । କାରଣ ଲାଇଟ ସେଡ ସର୍ବଦା ଆପଣଙ୍କ ମସ୍ତିସ୍କକୁ ଶାନ୍ତ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.