Below header

ଓଡବ୍ଲ୍ୟୁଏମ୍‌ ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ ଅନୁଷ୍ଠାନ ।

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଓଡିଶା ୱମେନ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଓଡିଶା ୱମେନ୍ ଇନ୍ ମିଡିଆ ହେଉଛି ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଏକ ସମୂହ ଅନୁଷ୍ଠାନ । ଏହି ସମାରୋହରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଦ୍ମଶ୍ରୀ ପ୍ୟାଟ୍ରିସିଆ ମୁଖିମ ଏବଂ ପିପ୍‌ଲିକାର ପ୍ରତିଷ୍ଠାତ୍ରୀ ଓ ର୍ନିେଶିକା ଦୀପିକା ଅଧିକାରୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅଶୁଣା ସ୍ୱର: ତୃଣମୂଳ ସ୍ତରର କାହାଣୀ ବିଷୟବସ୍ତୁ ଉପରେ ଆଧାରିତ ଥିଲା ।

ଏହି ପ୍ରତିଷ୍ଠା ଦିବସ ସମାରୋହକୁ ଓଡବ୍ଲ୍ୟୁଏମ୍‌ର ଅଧ୍ୟକ୍ଷା କସ୍ତୁରୀ ରାଏ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡବ୍ଲ୍ୟୁଏମ୍ ସଦସ୍ୟମାନଙ୍କୁ ନିଜର ଆଗ୍ରହକୁ ଅନୁସରଣ କରିବା ଓ କେବେ ହାର୍ ନମାନିବା ପାଇଁ ପ୍ରେରଣା ଦେଇଥିଲେ । ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ ସାମ୍ବାଦିକା ଭାବେ କାର୍ଯ୍ୟ କରୁଥିବା ଶ୍ରୀମତି ଦାସ ରିପୋର୍ଟିଂ କରିବା ସମୟର ସଂଘର୍ଷ ଓ ପ୍ରୟାସର କାହାଣୀ ବିଷୟରେ  ବର୍ଣ୍ଣନା କରିଥିଲେ । ସେ କହିଥିଲେ, ବର୍ତ୍ତମାନ ଯେତେବେଳେ ଜଣେ ରାଜନୀତିଜ୍ଞ ଭାବେ ମୁଁ ମୋ କ୍ଷେତ୍ରରେ କାର୍ଯ୍ୟ କରୁଛି ମୁଁ ତତ୍‌କ୍ଷଣାତ ଲୋକମାନଙ୍କ ସମସ୍ୟା ଓ କଷ୍ଟକୁ ବୁଝିପାରୁଛି । କିନ୍ତୁ ଉଭୟ କ୍ଷେତ୍ରରେ ସମାଲୋଚନା ଓ ପ୍ରଶଂସା ରହିଛି ।

owm

ସେହିପରି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମୀନତି ବେହେରା କହିଛନ୍ତି, ଯେତେବେଳେ ମୁଁ ଏହି ପଦରେ ଯୋଗ ଦେଲି ସେତେବେଳେ ମହିଳାଙ୍କ ସହ ଜଡିତ ୧୨,୦୦୦ ମାମଲା ଥିଲା, କିନ୍ତୁ ବର୍ତ୍ତମାନ କେବଳ ୨୦୦୦ ପାଖାପାଖି ମାମଲା ରହିଛି । ମିଡିଆରେ କାର୍ଯ୍ୟରତ ମହିଳାମାନଙ୍କର ଏଭଳି ମାମଲାଗୁଡିକୁ ଲୋକଲୋଚନକୁ ଆଣିବାରେ ଏକ ଗୁରୁତ୍ୱର୍ପୂ ଭୂମିକା ରହିଛି ଯାହାକୁ ବେଳେ ବେଳେ ଆମେ ଦେଖିପାରିନଥାଉ ।
ଏହି ଅବସରରେ ଶ୍ରୀମତି ମୁଖିମ ଓ ଶ୍ରୀମତି ଅଧିକାରୀ ମହିଳାମାନଙ୍କୁ ସାମ୍ବାଦିକତା ମାଧ୍ୟମରେ ତୃଣମୂଳସ୍ତରରେ ଏକ ସ୍ୱର ପ୍ରଦାନ କରିବାର ମହତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଓଡବ୍ଲ୍ୟୁଏମ୍ ପକ୍ଷରୁ ଓଡିଆ ଓ ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ସତରୂପା ସାମନ୍ତରାୟ ଓ ଜଣେ ସ୍ୱାଧୀନ ସାମ୍ବାଦିକା ଅଶ୍ୱର୍ଯ୍ୟା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଓଡବ୍ଲ୍ୟୁଏମ୍‌ର ପ୍ରାୟ ୧୭୦ ଜଣ ସାମ୍ବାଦିକା ସଦସ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.