ଦିନ ଦ୍ୱିପ୍ରହରରେ କଳାକନା ବୁଲାଇ ଖସି ପଳାଇଥିଲେ, କିନ୍ତୁ ଚଢ଼ାଉ କରି କାବୁ କଲା ପୋଲିସ୍‌

ଦିନ ଦ୍ବିପହରେ ତାଲା ଭାଙ୍ଗି ଘରୁ ସୁନାଗହଣା ଲୁଟି ନେବା ଘଟଣାରେ ତିନି ଜଣ ଚୋର ସମେତ ଜଣେ ଗହଣା ଦୋକାନୀକୁ ଗିରଫ କରିଛି ପୋଲିସ । ଏହା ସହିତ ସୁନା ରୂପା ଅଳଙ୍କାର ଏବଂ ନଗଦ ୪ ହଜାର ୯୦୦ ଟଙ୍କା ଜବଦ କରିଛି ଜଳେଶ୍ବର ପୋଲିସ ।

ଜଳେଶ୍ବର (କେନ୍ୟୁଜ୍‌): ଚୋର ମାନେ ଚୋରି କରିବା ପାଇଁ ନାନା ଉପାୟ ଆପଣାନ୍ତି । ଏ ଚୋରମାନେ ସୁଯୋଗ ମିଳିଲେ ଦିନ ରାତି କିଛି ମାନନ୍ତିନି । ଅନେକ ଚୋର ଭାବନ୍ତି ଚୋରି କରି କେବେ ବି ଧରା ପଡ଼ିବେନି । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଚୋର ଯେତେ ଚାଲାକ ହେଲେ ବି ଦିନେ ନା ଦିନେ ଧରା ପଡ଼େ । ଆମେ ଏଭଳି କହିବାର କାରଣ ହେଉଛି କିଛି ଚୋରଙ୍କୁ ପୋଲିସ କାବୁ କରିଛି । ଚୋରମାନେ ରାତିର ଅନ୍ଧାରରେ ନୁହେଁ ଦିନ ଦ୍ୱିପ୍ରହରରେ ଜଣଙ୍କ ଘରେ କଳାକନା ବୁଲାଇଥିଲେ । ଆଉ ମନେ ମନେ ଭାବିଥିଲେ ସବୁ ସୁନା ଗହଣା ସହ ଟଙ୍କା ନେଇ ଫେରାର ମାରିବେ । କିନ୍ତୁ ତାଙ୍କ ସବୁ ଯୋଜନାକୁ ପଣ୍ଡ କରିଛି ଜଳେଶ୍ୱର ପୋଲିସ୍‌ ।

ଦିନ ଦ୍ବିପହରେ ତାଲା ଭାଙ୍ଗି ଘରୁ ସୁନାଗହଣା ଲୁଟି ନେବା ଘଟଣାରେ ତିନି ଜଣ ଚୋର ସମେତ ଜଣେ ଗହଣା ଦୋକାନୀକୁ ଗିରଫ କରିଛି ପୋଲିସ । ଏହା ସହିତ ସୁନା ରୂପା ଅଳଙ୍କାର ଏବଂ ନଗଦ ୪ ହଜାର ୯୦୦ ଟଙ୍କା ଜବଦ କରିଛି ଜଳେଶ୍ବର ପୋଲିସ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଥରପୁରା ଗ୍ରାମର ହରେନ୍ଦ୍ର ବେହେରା ଙ୍କ ଘରୁ ଗତ ଫେବୃୟାରୀ ୨୭ ତାରିଖ ରେ ଦୁବୁର୍ତ୍ତ ମାନେ ତାଲା ଭାଙ୍ଗି ୧୫ ଭରି ରୁ ଉର୍ଦ୍ଧ୍ୱ ସୁନା ଏବଂ ରୂପା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ହରେନ୍ଦ୍ର ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜଳେଶ୍ବର ପୋଲିସ ତଦନ୍ତ ଆରମ୍ଭ କରିବା ସହ ଚୋର ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଆଜି ତିନି ଜଣ ଚୋର ଏବଂ ଗହଣା ଦୋକାନୀକୁ ଗିରଫ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

ବର୍ତ୍ତମାନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି । ଚୋରି କରିବା ପାଇଁ ଘର ମନ୍ଦିର କିଛି ଛାଡ଼ୁ ନାହାନ୍ତି । ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ମନ ଇଚ୍ଛା ଚୋରି କରି ଖସି ପଳାଉଛନ୍ତି । କିନ୍ତୁ ଚୋର ଯେତେ ଚାଲାକ ହେଲେ ବି ପୋଲିସ ଆଗରେ ତାଙ୍କ ଚାଲାକି ଫିକା ପଡ଼ିଯାଏ । ଏ ଚୋରମାନଙ୍କୁ ପୋଲିସ ଅତି ଚତୁରତାର ସହ ଧରିଛି । ତେବେ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଯଦି ଆପଣ ଘରେ ଟଙ୍କା ଓ ସୁନା ରଖୁଛନ୍ତି ତେବେ ସତର୍କ ରୁହନ୍ତୁ । କାହିଁକି ନା ଏ ଚୋରଙ୍କ ଲୋଲୁପ ନଜର ଥରେ ଆପଣଙ୍କ ଘର ଉପରେ ପଡ଼ିଲେ କଥା ସରିଲା । ଦିନ ଦ୍ୱିପ୍ରରରେ କଳାକନା ବୁଲାଇ ଖସି ପଳାଇବେ, ଯେଉଁ ମାନଙ୍କୁ ଆପଣ ଧରିବା ବି ମୁସ୍କିଲ ହୋଇଯିବ । ତେବେ ନିଜେ ସତର୍କ ରହିଲେ ଆପଣଙ୍କ ସୁନା ଗହଣା ବି ସୁରକ୍ଷିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.