IPL 2024 ରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବେ ଧୋନି ! ମିଳିପାରେ ନୂଆ ଦାୟିତ୍ୱ

ଧୋନି ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ନୂଆ ସଂସ୍କରଣ ଓ ନୂଆ ଭୂମିକା ପାଇଁ ଅପେକ୍ଷା କରି ହେଉନି। ଯୋଡ଼ି ହୋଇ ରୁହନ୍ତୁ। ନିଜ ପୋଷ୍ଟରେ ଧୋନି ନୂଆ ଭୂମିକା ଉଲ୍ଲେଖ କରିଛନ୍ତି । ଏହି ପୋଷ୍ଟ ପରେ କ୍ରିକେଟ ଫ୍ୟାନ୍ସ ଓ ଧୋନିଙ୍କ ଫ୍ୟାନ୍ସ ବିଭିନ୍ନ ପ୍ରକାରର ଆକଳନ କରିବାରେ ଲାଗିଛନ୍ତି ।

ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ ୨୦୨୩ ଟାଇଟଲ ଜିତିଥିଲା । ଚେନ୍ନାଇ ଧୋନିଙ୍କ ଅଧିନାୟକତ୍ୱରେ ୫ଟି ଆଇପିଏଲ୍‌ ଟାଇଟଲ ଜିତିସାରିଛି । ପୁଣି ଧୋନି ଚଳିତବର୍ଷ ଆଇପିଏଲ୍‌ ଟାଇଟଲ ହାସଲ କରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ତେବେ ଏହାପୂର୍ବରୁ ଧୋନୀଙ୍କ ନୂଆ ଫେସବୁକ୍‌ ପୋଷ୍ଟ ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ ହୋଇଛି ।

ଧୋନି ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ନୂଆ ସଂସ୍କରଣ ଓ ନୂଆ ଭୂମିକା ପାଇଁ ଅପେକ୍ଷା କରି ହେଉନି। ଯୋଡ଼ି ହୋଇ ରୁହନ୍ତୁ। ନିଜ ପୋଷ୍ଟରେ ଧୋନି ନୂଆ ଭୂମିକା ଉଲ୍ଲେଖ କରିଛନ୍ତି । ଏହି ପୋଷ୍ଟ ପରେ କ୍ରିକେଟ ଫ୍ୟାନ୍ସ ଓ ଧୋନିଙ୍କ ଫ୍ୟାନ୍ସ ବିଭିନ୍ନ ପ୍ରକାରର ଆକଳନ କରିବାରେ ଲାଗିଛନ୍ତି । ଆସନ୍ତା ଆଇପିଏଲରେ ଧୋନି କୌଣସି ନୂଆ ଭୂମିକାରେ ଆସିବେ କି ବୋଲି ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଧୋନିଙ୍କ ଫେସବୁକ ପୋଷ୍ଟ ଭାଇରଲ ହେବାରେ ଲାଗିଛି ।

୨୦୨୪ ଆଇପିଏଲର ପ୍ରଥମ ମ୍ୟାଚ୍ ଚେନ୍ନାଇ ଓ ଆରସିବି ମଧ୍ୟରେ ଖେଳାଯିବ । ମାର୍ଚ୍ଚ ୨୨ରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ ବହୁତ ସଫଳ ରହିଛି । ଗତ ସିଜିନ ଜିତି ମୁମ୍ବାଇ ଇଣ୍ଡିଆନ୍ସ ସହିତ ବରାବର ହୋଇଥିଲା ଚେନ୍ନାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.