ଫୁଲବାଣୀରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଯୋଗ ଦେଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ ପର୍ଯ୍ୟବେକ୍ଷକ ବିଜୟ ନାୟକ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ।  ଏହି ଅବସରରେ ଆଜି ସକାଳୁ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ କନ୍ଧମାଳ ସାଂସଦ dr ଅଚ୍ୟୁତ ସାମନ୍ତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।

କନ୍ଧମାଳ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ।  ଏହି ଅବସରରେ ଆଜି ସକାଳୁ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ କନ୍ଧମାଳ ସାଂସଦ dr ଅଚ୍ୟୁତ ସାମନ୍ତ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ସହ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ତଥା କନ୍ଧମାଳ ବିଜେଡି ସଭାପତି ଅଙ୍ଗଦ କଂହର  ।

ବିଜେଡି କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ, ମହିଳା ସଭାପତି ଅନିମା କଂହର ଓ ରାଜ୍ୟ ମହିଳା ସାଧାରଣ ସମ୍ପାଦକ ପୁନମ କଂହରଙ୍କ ସହ ବହୁ ବିଜେଡି କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।  ଏବଂ ସେଠାରୁ ଏକ ଗଣ ଦୌଡର ଆୟୋଜନ କରାଯାଇ ବିଜୁ ପଟ୍ଟନାୟକ ଛକ ଠାରୁ କରନେସନ ପଡିଆ ପର୍ଯ୍ୟନ୍ତ ଯାଇଥିଲେ।

କନ୍ଧମାଳ ସାଂସଦ dr ଅଚ୍ୟୁତ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ 200 ରୁ ଅଧିକ ବିଜେଡି କର୍ମୀ ଓ ଛାତ୍ର ବିଜେଡିର ସଦସ୍ୟମାନେ ଭାଗନେଇ ଥିଲେ। କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ, ଫୁଲବାଣୀ ବିଧାୟକ ତଥା କନ୍ଧମାଳ ବିଜେଡି ସଭାପତି ଅଙ୍ଗଦ କଂହର, ବିଜେଡି କନ୍ଧମାଳ ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.