ମୋଦିଙ୍କୁ ଖଣ୍ଡାରେ ହତ୍ୟା କରିବାକୁ ଧମକ, ଯୁବକକୁ ଖୋଜୁଛି ପୋଲିସ

ହାଇଦ୍ରାବାଦର ୟାଦଗିରି ଜିଲ୍ଲାର ରଙ୍ଗାପେଟରେ ରହୁଥିବା ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ସୋସିଆଲ ମିଡିଆରେ ଧମକ ଦେଇଛି । ଯେଉଁଥିରେ ସେ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତା’ ହେଲେ ସେ ମୋଦିଙ୍କୁ ହତ୍ୟା କରିବେ । ପୋଲିସ ଧମକ ଦେଇଥିବା ଯୁବକଙ୍କୁ ଖୋଜୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିଛି । ହାଇଦ୍ରାବାଦର ୟାଦଗିରି ଜିଲ୍ଲାର ରଙ୍ଗାପେଟରେ ରହୁଥିବା ଜଣେ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ସୋସିଆଲ ମିଡିଆରେ ଧମକ ଦେଇଛି । ଏହି ଯୁବକଙ୍କ ନାମ ମୋହମ୍ମଦ ରସୁଲ ବୋଲି ଜଣାଯାଇଛି । କର୍ଣ୍ଣାଟକର ୟାଦଗିରି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ଧମକ ଦେଇଥିବା ଯୁବକଙ୍କୁ ଖୋଜୁଛି ।

ଖବର ମୁତାବକ, ମୋହମ୍ମୁଦ ରସୁଲ କଦାରେ ନାମକ ଜଣେ ଯୁବକ ହାତରେ ଏକ ଖଣ୍ଡା ଧରି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି କି, ଯଦି ଏଥର କଂଗ୍ରେସ କ୍ଷମତାକୁ ଆସେ ତା’ ହେଲେ ସେ ମୋଦିଙ୍କୁ ହତ୍ୟା କରିବେ ।

ଯୁବକଙ୍କ ଏଭଳି ପୋଷ୍ଟ ପରେ ସ୍ଥାନୀୟ ବିଜେପି ନେତାଙ୍କ ଅଭିଯୋଗରେ ରସୁଲଙ୍କ ବିରୋଧରେ ଆଇପିସି ଧାରା ୫୦୫(୧)(ବି), ୨୫(୧) ଏବଂ ଆର୍ମ୍ସ ଆକ୍ଟ ଅଧିନରେ ମାମଲାରେ ରୁଜୁ କରାଯାଇଛି । ହାଇଦ୍ରାବାଦ ସମେତ ବିଭିନ୍ନ ସ୍ଥାନରେ ଧମକ ଦେଇଥିବା ଯୁବକକୁ ଖୋଜୁଛି ପୋଲିସ । ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି ।


ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ପୋଲିସ ସର୍ଭିଲାନ୍ସ ସେଲ ସହାୟତାରେ ଧମକ ଦେଇଥିବା ଲୋକର ମୋବାଇଲ ଟ୍ରେସ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.