ଗୁଜରାଟ ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା

ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟକା । ସୋମବାର ରାତି ୩ଟା ସମୟରେ କଚ୍ଛର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୩.୨ ରହିଛି । ହିମାଚଳ ପ୍ରଦେଶ ମଣ୍ଡିରେ ମଙ୍ଗଳବାର ଭୋରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା ।

ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟକା । ସୋମବାର ରାତି ୩ଟା ସମୟରେ କଚ୍ଛର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୩.୨ ରହିଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଖବର ମିଳିଛି ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ହିମାଚଳ ପ୍ରଦେଶ ମଣ୍ଡିରେ ମଙ୍ଗଳବାର ଭୋରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା । ଭୂମି ଭିତରେ ଏହାର ଗଭୀରତା ୫ କିଲୋମିଟର ପର୍ଯ୍ୟନ୍ତ ଥିଲା ।  ସେହିପରି ଜମ୍ମୁ-କଶ୍ମୀରର ଡୋଡାର ରାତି ୯ଟା ୮ ମିନିଟ ସମୟରେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ତେବେ ଗତ କିଛିଦିନ ହେଲାଣି ଦୁନିଆର ବିଭିନ୍ନ ଦେଶରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ତେଣୁ ଲୋକମାନେ ଭୟରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.