ଭୀମସାରରେ ଶିଳାନ୍ୟାସ ହେଲା ଅକ୍ସିଜେନ ପ୍ରକଳ୍ପ, ପଶ୍ଚିମ ଓଡ଼ିଶାର ସମସ୍ତ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ମିଳିବାରେ ସହାୟକ ହେବ

ସମ୍ବଲପୁର(କେନ୍ୟୁଜ୍): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀମସାରରେ ୧୩ କିଲୋ ଲିଟରର ଦୁଇଟି ମେଡିକାଲ ଅକ୍ସିଜେନ ଷ୍ଟରେଜ ପ୍ଲାଣ୍ଟ ଓ ଗୋଟାଏ ୬୦୦ ଲିଟରର ଅକ୍ସିଜେନ ଜେନେରେଶନ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି। ଏହି ଅକ୍ସିଜେନ ପ୍ଲାଣ୍ଟରୁ ତିନି ହଜ଼ାର ଅକ୍ସିଜେନ ଉତ୍ପାଦନ ହେବ ଯାହା ଭୀମସାରର ଦୁଇଟି କୋଭିଡ ହସ୍ପିଟାଲ ପାଇଁ ଯଥେଷ୍ଟ। ପୂର୍ବରୁ ଭୀମସାରରେ ପ୍ରାୟ ୪୨୦ ଲିଟର ଏଲ୍ପିଏମ ଅକ୍ସିଜେନ ଅନ୍ୟ ଜିଲ୍ଲାର ଆସୁଥିଲା । ହେଲେ ଏହା ଭୀମସାର ପାଇଁ ନିଅଣ୍ଟ ହେବାରୁ ପୁଣି ଏହାର କ୍ଷମତା ୬୦୦ ଲିଟରକୁ ବଢାଯାଇଛି।
ଏହି ପ୍ଲାଣ୍ଟ ଶୀଘ୍ର ହେଲେ ଅନେକ କୋଭିଡ ରୋଗୀ ଏବଂ ଅନ୍ୟ ରୋଗୀ ମାନଙ୍କର ଜୀବନ ତୁରନ୍ତ ବଞ୍ଚେଇ ହେବ। ପୂର୍ବରୁ ଭୀମସାରକୁ ଝାରସୁଗୁଡା ଜିଲ୍ଲାରୁ ଅକ୍ସିଜେନ ଆସୁଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ହେବା ଦ୍ୱାରା ପଶ୍ଚିମ ଓଡ଼ିଶାର ସମସ୍ତ ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ମିଳିବା ସହିତ କୌଣସି ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରିବେ ନାହିଁ।