ଗୁପ୍ତଗଙ୍ଗା ଗୋନାସିକାରେ ମୋବାଇଲ ଟାୱାର ସ୍ଥାପନ ଓ ବସ୍‌ ଚଳାଚଳ ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଦାବି

ବାଂଶପାଳ (କେ ନ୍ୟୁଜ୍‌) : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାରେ ମୋବାଇଲ ଟାୱାର ସ୍ଥାପନ ଓ କେନ୍ଦୁଝରରୁ ଗୋନାସିକାକୁ ବସ୍‌ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଥାଉକି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଗୋନାସିକାରେ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ଏଠାରେ ବସ ଚଳାଚଳର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ହଇରାଣ ହେଉଛନ୍ତି । ସେହିପରି ଏଠାରେ ମୋବାଇଲ ଟାୱାର ନଥିବାରୁ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏସବୁ ବ୍ୟବସ୍ଥା କରାଗଲେ ଏହି ପର୍ଯ୍ୟଟନ ସ୍ଥଳଟି ଆହୁରି ଲୋକଙ୍କ ଦ୍ୱାରା ଆଦୃତ ହୋଇ ପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.