Below header

ବିରାଟ କୋହଲିଙ୍କୁ ICC ପକ୍ଷରୁ ମିଳିଲା ବଡ ଚେତାବନୀ, ଖେଳପଡ଼ିଆରେ କରିଥିଲେ ଏପରି କାଣ୍ଡ

ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କୁ ଆଇସିସି ବଡ଼ ଝଟକା ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ମଇଦାନରେ ଦୁର୍ବ୍ୟବହାର ପାଇଁ କୋହଲିଙ୍କୁ ଚେତାବନୀ ଦିଆଯାଇଛି। ଏହାସହ ତାଙ୍କ ଖାତାରେ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ଯୋଡ଼ିହୋଇଛି। ବେଙ୍ଗାଲୁରୁରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ରନ୍ ନେବା ସମୟରେ କୋହଲି ଦକ୍ଷିଣ ଆଫ୍ରିକା ପେସ୍ ବୋଲର ବ୍ୟୁରାନ୍ ହେଣ୍ଡ୍ରିକ୍ସଙ୍କୁ କାନ୍ଧରେ ଧକ୍କା ମାରିଥିଲେ। ଯେଉଁକାରଣରୁ ସେ ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଧାରା-୧ର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଆନୁଷ୍ଠାନିକ ଭାବେ କେବଳ ଚେତାବନୀ ଦିଆଯାଇଛି। ସେପ୍ଟେମ୍ବର, ୨୦୧୬ରେ ଆଇସିସିର ନୂଆ ନିୟମ ଲାଗୁ ହେବା ପରେ ତୃତୀୟଥର ପାଇଁ କୋହଲିଙ୍କ ଏଭଳି ଅପରାଧ କରିଛନ୍ତି।

ଏହାସହ ପଢନ୍ତୁ: ଶିଖର ଧଓ୍ଵନଙ୍କ ସିକ୍ରେଟ ଭିଡିଓ ଭାଇରାଲ କଲେ ରୋହିତ୍‌

ସୂଚନା ଅନୁଯାୟୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ତେବେ ଦ୍ୱିତୀୟ ମ୍ୟାଚରେ କୋହଲିଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ରବିବାର ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୯ ୱିକେଟରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଛି। ଆସନ୍ତା ଅକ୍ଟୋବର ୨ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.