ପାକିସ୍ତାନ ଫେରନ୍ତା ବିର୍‌ଜୁ ପୁଣି ନିଖୋଜ, କୁତ୍ରା ଥାନାରେ ଏତଲା ଦେଲେ ଭଉଣୀ

ସୁନ୍ଦରଗଡ: ପାକିସ୍ତାନ ଫେରନ୍ତା ବିର୍‌ଜୁ ପୁଣି ନିଖୋଜ । ପ୍ରାୟ ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ହୋଇ ନିକଟରେ ଜନ୍ମ ମାଟି କୁତ୍ରାକୁ ଫେରିଥିବା ବିର୍‌ଜୁ କୁଲୁ ପୁଣି ନିଖୋଜ । ଏନେଇ ବିର୍‌ଜୁଙ୍କ ଭଉଣୀ କୁତ୍ରା ଥାନାରେ ଏତଲା ଦେଇଛନ୍ତି । ସେ କିଭଳି ନିଖୋଜ ହୋଇଛନ୍ତି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗତ ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲରୁ ମୁକୁଳିଥିଲେ । ଓ୍ଵାଘା ସୀମାରେ ତାଙ୍କୁ ଭାରତୀୟ ଅଧିକାରୀଙ୍କୁ ଜିମା ଦିଆଯାଇଥିଲା । ଏହା ପରେ ଜିଲ୍ଲା ପ୍ରଶାସନର ଏକ ଟିମ୍‌ ଅମୃତସର ଯାଇ ନଭେମ୍ବର ୧୩ ତାରିଖରେ ତାଙ୍କୁ କୁତ୍ରା ଅଣାଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବିରଜୁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା । ଦେଢ ମାସରୁ ଅଧିକ ନିଜ ଘରେ ରହିବା ପରେ ପୁଣି କୁଆଡେ ନିଖୋଜ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.