Below header

୮ ଲେନ୍‌ ହେବ ପାରାଦୀପ-ବଡ଼ବିଲ ରାସ୍ତା: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ନିଷ୍ପତ୍ତି

କେନ୍ଯୁଜ୍: ୮ ଲେନ୍‌ ହେବ ପାରାଦୀପ-ବଡ଼ବିଲ ରାସ୍ତା । ୩ ଶହ କିଲୋମିଟର ରାସ୍ତା ୮ ଲେନ୍‌ ବିଶିଷ୍ଟ ହେବ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଏହାଦ୍ୱାରା କେନ୍ଦୁଝର ଖଣି ଅଞ୍ଚଳ ସହ ପାରାଦୀପ ବନ୍ଦରକୁ ସଂଯୋଗ କରାଯାଇପାରିବ । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡୁବୁରି, କେନ୍ଦୁଝର, ରିମୁଳି, ବଡରସାହି ଦେଇ ବଡ଼ବିଲରେ ଶେଷ ହେବ । ଇସ୍ପାତ, କୋଇଲା, ଲୁହା ଓ ଆଲୁମିନିୟମ କ୍ଷେତ୍ର ପାଇଁ ଅନେକ ସମ୍ଭାବନା ଆଣିବ ପାରାଦୀପ-ବଡ଼ବିଲ ପ୍ରସ୍ତାବିତ ରାଜପଥ ପ୍ରକଳ୍ପ । ସେହିପରି ପ୍ରସ୍ତାବିତ କୋଷ୍ଟାଲ୍‌ ହାଇେଓ୍ଵ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

୯ ହଜାର କୋଟି ଟଙ୍କା ବ୍ୟୟରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ଲାଇଫ ଲାଇନ ହେବାକୁ ଯାଉଥିବା କୋଷ୍ଟାଲ ହାଇୱେର ଆଲାଇନମେଣ୍ଟ ତଥା ଏହାର ଅଗ୍ରଗତି ନେଇ ଆଲୋଚନା ହୋଇଛି । କୋଷ୍ଟାଲ ହାଇୱେର ଗୋପାଳପୁରରୁ ସାତପଡ଼ା ପ୍ରକଳ୍ପର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । କୋଷ୍ଟାଲ ହାଇୱେ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଏହା ପର୍ଯ୍ୟଟନ ପ୍ରକଳ୍ପକୁ ତ୍ୱରାନ୍ଵତ କରିବ । ପଣ୍ୟ ପରିବହନରେ ସୁବିଧା ହେବ ।

ସେହିପରି ଭୁବନେଶ୍ୱର ରିଂ ରୋଡ ପ୍ରକଳ୍ପ ସମେତ ଓଡ଼ିଶାର ବିଭିନ୍ନ ରାଜପଥ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । କୋଷ୍ଟାଲ ହାଇେଓ୍ଵର ଗୋପାଳପୁରରୁ ସାକପଡ଼ା ପ୍ରକଳ୍ପ କାମ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହୋଇଥିଲା । ଏତିକିବେଳେ ଉପସ୍ଥିତ ଥିଲେ କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍‌ ଭି. କେ. ସିଂହ ଏବଂ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.