ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରେ ଜଣେ ଛାତ୍ରୀଙ୍କୁ ମଙ୍ଗବାର ରାଗିଙ୍ଗ କରାଯାଇଥିବା ଘଟଣାରେ ବଡ଼ବଜାର ଥାନା ପୋଲିସ ୫ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଭାଇରାଲ ଭିଡ଼ିଓରେ ଥିବା ପୀଡିତା ଛାତ୍ରୀ ବାଦେ ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ବହିଷ୍କାର କରାଯାଇଛି। ଆଜି ସେହି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ କଲେଜକୁ ଡକାଯାଇଛି । ଅଭିଭାବକ ସେମାନେ ନିଜ ନିଜର ପକ୍ଷ ରଖିବା ସହ ଘଟଣାରେ ବହିଷ୍କୃତ ହୋଇଥିବା ପିଲାମାନେ ସମ୍ପୃକ୍ତ ନଥିବା କହିଛନ୍ତି। କଲେଜରୁ ବାହାରକରିଦେଲେ ପିଲାଙ୍କ ଭବିଷ୍ୟତ କଣ ହେବ ବୋଲି ଅଭିଭାବକମାନେ କହିଛନ୍ତି। ଅନ୍ୟପଟେ ଏହି ଘଟଣା ଆମକୁ ଲଜ୍ଜିତ କରିଛି ବୋଲି କଲେଜ ପିଲାମାନେ କହିଛନ୍ତି।
ସେପଟେ ଯୁକ୍ତ ତିନି ଆଞ୍ଚଳିକ ବୋର୍ଡର ନିର୍ଦ୍ଦେଶକ କଲେଜ ପରିଦର୍ଶନରେ ଆସି ପିଲାଙ୍କୁ ସଚେତନ କରିବା ସହ ସବୁ କଲେଜରେ ଆଣ୍ଟି ରାଗିଙ୍ଗ ସେଲକୁ ଆହୁରି କ୍ରିୟାଶୀଳ କରାଯାଇଥିବା କହିଛନ୍ତି। ଅନ୍ୟପଟେ ସବୁ ଦିଗରୁ ତଦନ୍ତ ପରେ ୧୨ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରାଯାଇଛି ବୋଲି କଲେଜ ଅଧ୍ୟକ୍ଷା କହିଛନ୍ତି।