୨୨ ଦିନର ଛୁଆକୁ ଛାଡ଼ି ବାପା ମା’ ଫେରାର, ହସ୍ପିଟାଲରେ ଏକା ରହିଛି ଶିଶୁ
୨୨ ଦିନର ଛୁଆକୁ ଛାଡ଼ି ବାପା ମା' ଫେରାର । ଶିଶୁର ଚିକିତ୍ସା ପାଇଁ ନୟାଗଡରୁ ଭୁବନେଶ୍ବର କ୍ୟାପିଟଲ ହସ୍ପିଟାଲ ଆଣିଥିଲେ ଦମ୍ପତି ।

ଭୁବନେଶ୍ବର : ୨୨ ଦିନର ଛୁଆକୁ ଛାଡ଼ି ବାପା ମା’ ଫେରାର । ଶିଶୁର ଚିକିତ୍ସା ପାଇଁ ନୟାଗଡରୁ ଭୁବନେଶ୍ବର କ୍ୟାପିଟଲ ହସ୍ପିଟାଲ ଆଣିଥିଲେ ଦମ୍ପତି । କ୍ୟାପିଟଲ ହସ୍ପିଟାଲରେ ଛୁଆକୁ ଛାଡି ଚାଲିଗଲେ ବାପା ମାଆ । ଏବେ ଶିଶୁଟି କ୍ୟାପିଟଲ ହସ୍ପିଟାଲରେ ଏକା ରହିଛି । ହସ୍ପିଟାଲ ପକ୍ଷରୁ ଯୋଗଯୋଗ କରିଥିଲେ ମଧ୍ୟ ବାପା ମାଆ ହସ୍ପିଟାଲ ଆସୁନାହାନ୍ତି ।
ଏବେ ସ୍ପେଶିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଚାଲିଛି ଶିଶୁର ଚିକିତ୍ସା । ଗତ ୯ଦିନ ହେବ ବାପା, ମାଆ ଶିଶୁଟିକୁ ଆଣି ହସ୍ପିଟାଲ ଆସିଥିଲେ। ଆଜି କୁଆଡେ ଫେରାର ହୋଇଯାଇଥିଲେ କହିଛନ୍ତି କ୍ୟାପିଟଲ ହସ୍ପିଟାଲ ନିର୍ଦ୍ଦେଶକ। ତେବେ ନବଜାତ ଶିଶୁର ବାପା-ମା’ ଙ୍କ ପରିଚୟ ମିଳିଛି । ବାପା ପ୍ରଶାନ୍ତ ନାୟକ ଓ ମା’ ହେଲେ ମମତା ନାୟକ । ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ ତାଙ୍କ ଘର ବୋଲି ଜଣାପଡିଛି ।