କଟକ: ବାଲିଯାତ୍ରାରେ ଅସମ୍ଭାଳ ଭିଡ଼, ପାର୍କିଂ ପାଇଁ ନାହିଁ ଜାଗା, ଟ୍ଵିଟ୍‌ କରି ସୂଚନା ଦେଇଛି କମିଶନରେଟ ପୋଲିସ

କଟକ(କେନ୍ୟୁଜ୍): ଆଜି ରବିବାର। ବାଲିଯାତ୍ରାରେ ଅସମ୍ଭାଳ ଭିଡ଼। ଏତେ ଲୋକ ଆସିଛନ୍ତି ଯେ କଟକ ସହରର ସମସ୍ତ ପାର୍କିଂ ସ୍ଥାନ ଭର୍ତ୍ତି ହୋଇ ଯାଇଛି। ଫଳରେ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ଗାଡ଼ି ରଖିବା ପାଇଁ କୌଣସି ସ୍ଥାନରେ ଜାଗା ନାହିଁ। ଫଳରେ ଆଜି ପାଇଁ ବାଲିଯାତ୍ରା ଦେଖିବାକୁ ଗାଡ଼ିମୋଟର ପ୍ରବେଶ ବନ୍ଦ କରାଯାଇଛି।

ଟ୍ଵିଟ୍‌ କରି ଏହି ସୂଚନା ଦେଇଛି କମିଶନରେଟ ପୋଲିସ। ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିବା ସହ ପାର୍କିଂ ପାଇଁ ଜାଗା ଉପଲବ୍ଧ ହେଲେ ଗାଡ଼ି ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କହିଛି କମିଶନରେଟ ପୋଲିସ। ଦିନ ବଢ଼ିବା ସହ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ବି ବଢିବାରେ ଲାଗିଛି। ପାଗ ଅନୁକୂଳ ଥିବାରୁ ଲୋକଙ୍କ ଅହେତୁକ ଗହଳି ବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.