ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଅଟୋ: ଚାଲିଗଲା ସାନ ଭଉଣୀର ଜୀବନ, ବଡ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର(କେନ୍ୟୁଜ୍‌): ଯାତ୍ରୀବାହୀ ଅଟୋ ଓଲଟି , ଜଣେ ମୃତ ଓ ଜଣେ ଗୁରୁତର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଯୁବତୀ ଜଣକ ବିଞ୍ଜିଗିରି ଗ୍ରାମର ପୁଷ୍ପା ନାଇକ ଏବଂ ତାଙ୍କ ବଡ ଭଉଣୀ ଜ୍ୟୋସ୍ନା ନାଇକ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକଙ୍କ ସହ ମିଶି , ଦୁଇ ଭଉଣୀ ନିକଟସ୍ଥ ଏକ ଗାଁ କୁ ଭୋଜି ଖାଇବାକୁ ଯାଇଥିଲେ ।

ଅଟୋରେ ଫେରୁଥିବା ବେଳେ , ଭାରସାମ୍ୟ ହରାଇ ଅଟୋଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଉଭୟ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡିକାଲରେ ଭର୍ତି କରାଯାଇଥିବା ବେଳେ, ସାନ ଭଉଣୀ ପୁଷ୍ପାକୁ , ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ବଡ଼ ଭଉଣୀକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଭଂଜନଗର ଥାନା ପୋଲିସ ପହଞ୍ଚି, ମୃତଦେହକୁ ଜବତ କରିବା ସହ, ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.