ବସ୍ ଭିତରେ ଯାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବସ୍ ଭିତରେ ଯାତ୍ରୀଙ୍କ ମୃତ୍ୟୁ । ବସରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇରୁ ବାଲେଶ୍ବର ଯାଉଥିବା ମଧୁସୂଦନ ନାମକ ଏକ ଯାତ୍ରୀବାହୀ ବସରେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଜଳେଶ୍ୱର (କେନ୍ୟୁଜ): ବସ୍ ଭିତରେ ଯାତ୍ରୀଙ୍କ ମୃତ୍ୟୁ । ବସରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ଭୋଗରାଇରୁ ବାଲେଶ୍ବର ଯାଉଥିବା ମଧୁସୂଦନ ନାମକ ଏକ ଯାତ୍ରୀବାହୀ ବସରେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଭୋଗରାଇ ଥାନା ଭୋଗରାଇ ଗ୍ରାମର ଗୌରାଙ୍ଗ ପ୍ରଧାନ ।

କୌଣସି କାର୍ଯ୍ୟରେ ଗୌରାଙ୍ଗ ଭୋଗରାଇରୁ ଜଳେଶ୍ୱର ଆସୁଥିଲେ । ଜଳେଶ୍ୱର ବସଷ୍ଟାଣ୍ଡ ରେ ଗାଡି ଅଟକିବା ପରେ ଗୌରାଙ୍ଗ ଓହ୍ଲାଇ ନଥିଲେ । ଚେତାଶୂନ୍ୟ ଅବସ୍ଥାରେ ଗୌରାଙ୍ଗଙ୍କୁ ବସ କର୍ମଚାରୀ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.