Below header

ସୁନା ଚେନ୍‌ ବିକି ପୁଅକୁ କ୍ରିକେଟ କିଟ୍‌ କିଣିଦେଇଥିଲା ମା’, ଏବେ ଦେଶ ପାଇଁ ଖେଳିବ ପୁଅ

ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଧ୍ରୁବ ଜୁରେଲ ଅତ୍ୟନ୍ତ ସଂଘର୍ଷ କରି ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି । ମା’ ନିଜର ସୁନା ଚେନ ବିକି ପ୍ରଥମ କ୍ରିକେଟ କିଟ୍‌ କିଣିଦେଇଥିଲେ । ଆଉ ବ୍ୟାଟ କିଣିବା ପାଇଁ ଜୁରେଲଙ୍କ ବାପା ୮୦୦ ଟଙ୍କା ଧାର କରିଥିଲେ ।

ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଟିମ୍‌ ମଧ୍ୟ ଘୋଷଣା ହୋଇସାରିଛି । ଆଉ ଟିମରେ ସ୍ଥାନ ମିଳିଛି ୨୨ ବର୍ଷୀୟ ଧ୍ରୁବ ଜୁରେଲଙ୍କୁ । ଉତ୍ତରପ୍ରଦେଶ ରଣଜୀ ଟ୍ରଫି ପାଇଁ ଖେଳିଥିବା ଧ୍ରୁବଙ୍କୁ ଓ୍ଵିକେଟ କିପର ଭାବେ ସ୍କ୍ଵାର୍ଡରେ ରଖାଯାଇଛି । ତେବେ ଧ୍ରୁବ କିଏ ଏବଂ ତାଙ୍କ ବିଷୟରେ ଜାଣିବା ପାଇଁ ସମସ୍ତଙ୍କର ଉତ୍ସୁକତା ବଢିଯାଇଛି ।

ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଜୁରେଲ ଅତ୍ୟନ୍ତ ସଂଘର୍ଷ କରି ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛି । ଧ୍ରୁବ ପ୍ରଥମେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଚାହିଁଥିଲେ । କିନ୍ତୁ ସେତେବେଳେ କ୍ରିକେଟ କିଟ୍‌ କିଣିବା ପାଇଁ ବଜେଟ ନଥିଲା, ତେଣୁ ମା’ ନିଜର ସୁନା ଚେନ ବିକି ପ୍ରଥମ କ୍ରିକେଟ କିଟ୍‌ କିଣିଦେଇଥିଲେ । ଆଉ ବ୍ୟାଟ କିଣିବା ପାଇଁ ଜୁରେଲଙ୍କ ବାପା ୮୦୦ ଟଙ୍କା ଧାର କରିଥିଲେ ।

ଧ୍ରୁବ ଜୁରେଲ ଉତ୍ତରପ୍ରଦେଶ ଆଗ୍ରାରେ ରୁହନ୍ତି । ତାଙ୍କ ବାପା ସେନାରେ ହାବିଲଦାର । ତେଣୁ ଧ୍ରୁବ ମଧ୍ୟ ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ । ବାପା ଚାହୁଁଥିଲେ, ପୁଅ କୌଣସି ସରକାରୀ ଚାକିରି କରୁ । କିନ୍ତୁ ଧ୍ରୁବ କ୍ରିକେଟ ଖେଳିବାକୁ ଇଚ୍ଛା କରିଥିଲେ । ପ୍ରଥମ କ୍ରିକେଟ ଟ୍ରେନିଂ ନେବା ପାଇଁ ନାଁ ଲେଖିବା ସମୟରେ ବାପାଙ୍କୁ କହିନଥିଲେ ।

ଧ୍ରୁବଙ୍କ ବାପା ରିଟାୟରମେଣ୍ଟ ପରେ ପିଏସଓରେ କାମ କରିଥିଲେ । ତେବେ ବାପାଙ୍କ କାମ ଦେଖି ଧ୍ରୁବ ଅତ୍ୟନ୍ତ ଦୁଃଖି ହୋଇଥିଲେ ଆଉ କ୍ରିକେଟରେ ଫୋକସ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ବହୁତ ଟୁର୍ଣ୍ଣାମେଣ୍ଟ ଖେଳିବା ପର ଧ୍ରୁବଙ୍କୁ ଆଇପିଲରେ ସ୍ଥାନ ମିଳିଥିଲା ।

୨୨ ବର୍ଷୀୟ ଜୁରେଲ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ୨ଟି ମ୍ୟାଚ ଡିସେମ୍ବର ମାସରେ ଖେଳିଥିଲେ । ଇଣ୍ଡିଆ ଏ ପାଇଁ ଖେଳୁଥିବା ଜୁରେଲ ଦ୍ୱିତୀୟ ମ୍ୟାଚରେ ୬୯ ରନ କରିଥିଲେ । ନିକଟରେ କେରଳ ବିପକ୍ଷ ମ୍ୟାଚରେ ୟୁପି ପାଇଁ ସେ ୬୩ ରନ କରିଥିଲେ ।

ଏବେ ସେ ଭାରତୀୟ ଟେଷ୍ଟ ଟିମରେ ତୃତୀୟ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। ଦଳରେ କେଏଲ ରାହୁଲ ଓ କେଏସ ଭରତ ମଧ୍ୟ ରହିଛନ୍ତି।

ଭାରତୀୟ ଟେଷ୍ଟ ଟିମ୍ : ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟ କିପର), କେଏସ ଭରତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପୀତ ବୁମରା (ଉପଅଧିନାୟକ, ଆବେଶ ଖାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.