ଆସନ୍ତା ୨୨ରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଅଯୋଧ୍ୟାକୁ ଦୁଃସାହସିକ ସାଇକେଲ ଯାତ୍ରା କରିଛନ୍ତି ଏହି ଓଡ଼ିଆ ଯୁବକ

ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ମନ୍ଦିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ କିଛିଦିନ ଗଲେ ପ୍ରଭୁ ରାମଚନ୍ଦ୍ର ମନ୍ଦିରରେ ବିରାଯିବେ । ଏହି ଉପଲକ୍ଷେ ସାରା ଭାରତ ଉତ୍ସାହିତ ରହିଛି ଏବଂ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲୁରହିଛି । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ଖୁସି ଆସିଥିବାରୁ ନିଜକୁ ସେହି ପବିତ୍ର ସମାରୋହରେ ସାମିଲ କରିବା ପାଇଁ ଏହି ଓଡ଼ିଆ ଯୁବକ କରିଛନ୍ତି ଅଯୋଧ୍ୟାକୁ ଯାତ୍ରା ।

କଟକ(କେନ୍ୟୁଜ): ଅଯୋଧ୍ୟାରେ ଶ୍ରୀରାମ ଚନ୍ଦ୍ରଙ୍କ ମନ୍ଦିର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ କିଛିଦିନ ଗଲେ ପ୍ରଭୁ ରାମଚନ୍ଦ୍ର ମନ୍ଦିରରେ ବିରାଯିବେ । ଏହି ଉପଲକ୍ଷେ ସାରା ଭାରତ ଉତ୍ସାହିତ ରହିଛି ଏବଂ ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲୁରହିଛି । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ଖୁସି ଆସିଥିବାରୁ ନିଜକୁ ସେହି ପବିତ୍ର ସମାରୋହରେ ସାମିଲ କରିବା ପାଇଁ ଏହି ଓଡ଼ିଆ ଯୁବକ କରିଛନ୍ତି ଅଯୋଧ୍ୟାକୁ ଯାତ୍ରା ।

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପ୍ରତିଷ୍ଠା ହେଉଛି । ଏହି ଅବସରରେ ଅଯୋଧ୍ୟାକୁ ଦୁଃସାହସିକ ସାଇକେଲ ଯାତ୍ରା କରିଛନ୍ତି ଢେଙ୍କାନାଳ ଜିଲ୍ଲା ସୋଗର ଗାଁର ଓଡ଼ିଆ ଯୁବକ ରଶ୍ମିରଞ୍ଜନ ସାହୁ । ସାଇକେଲରେ ଯାତ୍ରା କରି ଅଯୋଧ୍ୟା ମାଟିରେ ପହଞ୍ଚିବାରେ ସେ ସକ୍ଷମ ହୋଇଛନ୍ତି । ରଶ୍ମିରଞ୍ଜନ ଜଣେ ହନୁମାନ ଭକ୍ତ। ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହେଉଥିବାରୁ ସାଇକେଲରେ ରାମଲାଲାଙ୍କୁ ଦର୍ଶନ ପାଇଁ ଚିନ୍ତା କରିଥିଲେ ରଶ୍ମିରଞ୍ଜନ। ଏଥିପାଇଁ ନିଜ ଗାଁରୁ ଭୁବନେଶ୍ୱର ଆସି ଏକ ସାଇକେଲ କିଣିଥିଲେ।

ଭୁବନେଶ୍ୱରରୁ ଢେଙ୍କାନାଳ ସୋଗରକୁ ପ୍ରଥମେ ସାଇକେଲରେ ଲମ୍ବା ଯାତ୍ରା କରିଥିଲେ। ଏହାପରେ ଡିସେମ୍ବର ୨୨ ତାରିଖରେ ୧୨୦୦ କିଲୋମିଟର ଦୂର ଅଯୋଧ୍ୟାକୁ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ୨୪ ବର୍ଷୀୟ ରଶ୍ମିରଞ୍ଜନ ଓଡିଶା ସୀମାନ୍ତ ଅତିକ୍ରମ କରି ଝାଡ଼ଖଣ୍ଡ, ବିହାର ରାଜ୍ୟ ଦେଇ ଉତ୍ତର ପ୍ରଦେଶରେ ପହଁଚିଛନ୍ତି । ରାସ୍ତାରେ ଅନେକ ଦୁର୍ଗମ ଜଙ୍ଗଲ ଓ ଘାଟି ଅତିକ୍ରମ କରିଛନ୍ତି । ବାଟରେ ଗଲା ବେଳେ ବିଭିନ୍ନ ହନୁମାନ ମନ୍ଦିରରେ ରାତି କଟାଉଥିଲେ ।

ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଉ ସବୁଠାରୁ ବଡ଼ କଥା ହେଉଛି କୌଣସି ସହାୟତା ବିନା ଏବଂ ବିନା ଅର୍ଥରେ ସେ ଅଯୋଧ୍ୟାରେ ପହଁଚିଛନ୍ତି । ରାସ୍ତାରେ ତାଙ୍କୁ ଅନେକ ଲୋକ ଖାଇବାକୁ ଦେଇଥିବା ବେଳେ ଖର୍ଚ୍ଚ କରିବାକୁ ଟଙ୍କା ମଧ୍ୟ ଦେଇଛନ୍ତି । ରଶ୍ମିରଞ୍ଜନ ନିଜର ୟୁବଟ୍ୟୁବ ଚାନେଲ କରି ଯାତ୍ରାର ଟିକିନିଖି ସେଥିରେ ଛାଡୁଛନ୍ତି । ତେବେ ଦାତାଙ୍କ ଠାରୁ ମିଳିଥିବା ବଳକା ଅର୍ଥ ଓ ୟୁଟ୍ୟୁବରୁ ଆସିଥିବା ଟଙ୍କା ରାମ ମନ୍ଦିର ହୁଣ୍ଡିରେ ଦେଇ ଆସିବେ ବୋଲି କହିଛନ୍ତି । ରାମ ମନ୍ଦିର ଦର୍ଶନ କରିବା ପରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାକୁ ଇଚ୍ଛା ରଖିଛନ୍ତି ରଶ୍ମିରଞ୍ଜନ।

Leave A Reply

Your email address will not be published.