ସାମ୍ନାକୁ ଆସିଲା ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଜା ସାବ’ର ଫାଷ୍ଟ ଲୁକ୍‌

ରିଲିଜ୍ ହେଲା ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଜା ସାବ’ର ଫାଷ୍ଟ ଲୁକ୍‌ । ଫିଲ୍ମ ‘ରାଜା ସାବ’ର ପୋଷ୍ଟର ସେୟାର କରିବାବେଳେ ପ୍ରଭାସ କ୍ୟାପସନରେ ଲେଖିଛନ୍ତି, ‘ ଏହି ଫେଷ୍ଟିଭାଲ୍‌ ସିଜିନ୍‌ରେ ଫିଲ୍ମ ‘ରାଜା ସାବ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଲା ।

ମକର ସଂକ୍ରାନ୍ତି ଅବସରରେ ପ୍ରଭାସ ଫିଲ୍ମ ‘ସାଲାର’ ରିଲିଜ୍‌ ହେବା ପରେ, ତାଙ୍କ ଅପ୍‌କମିଂ ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । ଗତ କିଛି ବର୍ଷ ମଧ୍ୟରେ ପ୍ରଭାସ କେତେକ ଫିଲ୍ମରେ କାମ କରିନଥିଲା କିନ୍ତୁ ସେ ଫିଲ୍ମ ‘ସାଲାରରେ ନଜର ଆସିଥିଲେ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଏପରି ଭାବେ ଫିଲ୍ମ ମଧ୍ୟ ବହୁତ ଭଲ ରୋଜଗାର କରିଥିଲା । ଫିଲ୍ମ ‘ସାଲାର’ ହିଟ୍ ହେବା ପରେ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଫିଲ୍ମର ପ୍ରଥମ ଲୁକ୍‌ରେ ପ୍ରଭାସ ଟି-ସାର୍ଟ, ଲୁଙ୍ଗି ଏବଂ ଚପଲ ପିନ୍ଧି ରାସ୍ତାରେ ମଜା କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମର ନାମ ହେଉଛି ‘ରାଜା ସାବ’ ।

ତେବେ ଫିଲ୍ମ ‘ସାଲାର’ରେ ପ୍ରଭାସଙ୍କୁ ଆକ୍ସନ୍ କରୁଥିବାର ଦେଖିବାକୁ ମିଳିଥିଲା କିନ୍ତୁ ‘ଦି ରାଜା ସାବ’ରେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିବ । ଫିଲ୍ମର ପ୍ରଥମ ଲୁକରେ ଅଭିନେତା ଟି-ସାର୍ଟ, ଲୁଙ୍ଗି ଏବଂ ଚପଲ ପିନ୍ଧି ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି । ପ୍ରଭାସଙ୍କ ଏହି ଲୁକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମ ‘ରାଜା ସାବ’ର ପୋଷ୍ଟର ସେୟାର କରିବାବେଳେ ପ୍ରଭାସ କ୍ୟାପସନରେ ଲେଖିଛନ୍ତି, ‘ ଏହି ଫେଷ୍ଟିଭାଲ୍‌ ସିଜିନ୍‌ରେ ଫିଲ୍ମ ‘ରାଜା ସାବ’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଲା । ତେବେ ଏହି ଫେଷ୍ଟିଭାଲରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ।

ଫିଲ୍ମ ‘ଦି ରାଜା ସାବ’କୁ ସାଉଥ୍‌ର ଜଣାଶୁଣା ନିର୍ଦ୍ଦେଶକ ମାରୁତି ନିର୍ଦ୍ଦେଶନା ଦେଇଛନ୍ତି । ସେ ଫିଲ୍ମର ଷ୍ଟୋରି ମଧ୍ୟ ଲେଖିଛନ୍ତି । ଏଥି ସହିତ ‘ଦି ରାଜ ସାବ’ର ଗୀତକୁ ଜାତୀୟ ପୁରସ୍କାର ବିଜେତା ଥାମାନ ଏସ ତିଆରି କରିବେ । ଏହି ଫିଲ୍ମଟି ଟିଜି ବିଶ୍ୱ ପ୍ରସାଦ ପ୍ରଡକ୍ସନ ଦେବେ ।

ପ୍ରଭାସଙ୍କ କାମ ବିଷୟରେ କହିବାକୁ ଗଲେ, ଚଳିତ ବର୍ଷ ଫିଲ୍ମ ‘ସାଲାର’ ରିଲିଜ୍‌ ହେବା ପରେ, ସେ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପ୍ରୋଜେକ୍ଟ କେ’ ରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ପିଲ୍ମରେ ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ନଜର ଆସିବେ । ତେବେ ନାଗ ଅଶ୍ୱିନ୍ ଫିଲ୍ମ ‘ପ୍ରୋଜେକ୍ଟ କେ’ ନିର୍ଦ୍ଦେଶନା ଦେଉଛନ୍ତି । ଏହି କିଛି ଦିନ ପୂର୍ବରୁ ଫିଲ୍ମର ରିଲିଜ୍ ଡେଟ୍‌ ପୋଷ୍ଟ କରାଯାଇଛି । ଫିଲ୍ମଟିକୁ ଦେଖିବା ପାଇଁ ଫ୍ୟାନ୍ସ ବହୁୂତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏପରି ଭାବେ ଫିଲ୍ମ ‘ପ୍ରୋଜେକ୍ଟ କେ’ ଚଳିତ ବର୍ଷ ୯ ମଇରେ ମୁକ୍ତିଲାଭ କରିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.