ମାୟାବତୀଙ୍କ ବଡ଼ ଘୋଷଣା; ‘ଆମେ ଏକାକୀ ଲଢ଼ିବୁ ଲୋକସଭା ନିର୍ବାଚନ, ମେଣ୍ଟରେ ଆମକୁ ହେବ କ୍ଷତି’

ବହୁଜନ ସମାଜପାର୍ଟି (ବିଏସ୍‌ପି) ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବାକୁ ଘୋଷଣା କରିଛି । ବିଏସ୍‌ପି ମୁଖ୍ୟ ମାୟାବତୀ କହିଛନ୍ତି, କୌଣସି ଦଳ ସହିତ ମେଣ୍ଟ କଲେ ନିର୍ବାଚନରେ କ୍ଷତି ସହିବାକୁ ପଡ଼ିବ । ଏଥିପାଇଁ ସେ ଏକୁଟିଆ ହିଁ ନିର୍ବାଚନ ଲଢ଼ିବାକୁ ନିର୍ଣ୍ଣୟ ନେଇଛନ୍ତି ।

ମାୟାବତୀ କହିଛନ୍ତି ଯେ ଆମେ ଉତ୍ତର ପ୍ରଦେଶରେ ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସରକାର ଗଠନ କରିଛୁ । ସେହି ଅଭିଜ୍ଞତା ଆଧାରରେ ଆମେ ସାଧାରଣ ନିର୍ବାଚନରେ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବୁ । କୌଣସି ବି ଦଳ ସହିତ ଆମେ ମେଣ୍ଟ କରିବୁ ନାହିଁ । ମେଣ୍ଟ କଲେ ବିଏସ୍‌ପିର ଭୋଟ ବିରୋଧୀ ଦଳକୁ ମିଳିଯାଏ, କିନ୍ତୁ ଅନ୍ୟମାନଙ୍କ ଭୋଟ ଆମକୁ ମିଳିପାରେ ନାହିଁ । ୯୦ ଦଶକରେ ହୋଇଥିବା ମେଣ୍ଟରେ ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ଫାଇଦା ମିଳିଥିଲା ।

ତେବେ ବିଏସ୍‌ପି ସୁପ୍ରିମୋ ମାୟାବତୀ ନିଜ ଜନ୍ମଦିନରେ ଏହି ବଡ଼ ଘୋଷଣା କରିଛନ୍ତି । ଲକ୍ଷ୍ମୌରେ ପ୍ରେସମିଟ୍ କରି ସେ ଘୋଷଣା କରିବା ସହ ସମାଜବାଦୀ ପାର୍ଟି ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ମାୟାବତୀ କହିଛନ୍ତି, ବିଏସପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ମିଳିତ ମେଣ୍ଟରେ କୌଣସି ଭୋଟ ସ୍ଥାନାନ୍ତର ନାହିଁ । ଆମେ ଇଣ୍ଡିଆ ମିଳିତ ମେଣ୍ଟରେ ଯୋଗଦେବୁ ନାହିଁ । ସେ କହିଛନ୍ତି ଯେ ଆମ ଦଳ ଦେଶରେ ଖୁବଶୀଘ୍ର ଘୋଷଣା ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକୁଟିଆ ନିର୍ବାଚନ ଲଢ଼ିବ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.